ଅପରାଜିତା ଙ୍କୁ ଭୋଟ ଦେଇଦେଲେ ବାବା ପାଟ୍ଟଶାଣୀ ! ବିଜେଡି ପାଇଁ ମାଡି ଆସୁଛି ଘୋର ବିପର୍ଯ୍ୟୟ :ପାଟ୍ଟଶାଣୀ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ପାଟ୍ଟଶାଣୀ ଙ୍କୁ ନେଇକି ଏକ ରିପୋର୍ଟ I ବିଜେଡି ର ବରିଷ୍ଠ ତଥା ଭୁବନେଶ୍ୱର ସାଂସଦ କୁଆଡେ ବିଜେଡି ବିରୁଧରେ ସ୍ୱର ଉତ୍ତଳନ କରିଥିବା ଚର୍ଚ୍ଚା ହେଉଛି I ରାଜ୍ୟର ଏକ ପ୍ରତିଷ୍ଠିତ ୱେବ ଚାନେଲ ଓଡିଶା ଟାଇମ୍ସ ରିପୋର୍ଟ ମୁତାବକ ଦୁଇଦିନ ତଳେ ବାରିପଦା ଗସ୍ତରେ ଥିବା ବାବା ପାଟ୍ଟଶାଣୀ ହୋଟେଲ ଦୁର୍ଗାରେ ରହିଥିଲେ ତେବେ ସେଠାରେ ତାଙ୍କର କିଛି ବିଜେଡି କର୍ମୀଙ୍କ ଆଗରେ କହୁ କହୁ କହିଥିଲେ କି ବିଜେଡି କୁ ଏଥରକ ମହାବିପଦ ମାଡି ଆସୁଛି I

ସେ ଲଗାତାର ସାଂସଦ ଭାବେ ଜୀତିଆସୁଥିଲେ ମଧ୍ୟ ତାଙ୍କୁ ଏବଂ ତାଙ୍କ ଜ୍ୱାଇଁ ଙ୍କୁ ଟିକେଟ ନଦେଇ ନୂଆ ମୁଁହକୁ ଟିକେଟ ଦେଇଛନ୍ତି I ତାଙ୍କର ଲୋକପ୍ରିୟତା ଥାଇ ମଧ୍ୟ ଏବଂ ସେ କଦାପି ପରାଜିତ ହେଇନଥିଲେ ବି ଦଳ ତାଙ୍କୁ ଟିକେଟ ନଦେବା ତାଙ୍କୁ କଷ୍ଟ ଦେଇଛି I ଏପରିକି ବାବା କହିଛନ୍ତି କି ଏଥରକ ନିର୍ବାଚନ ରେ ବିଜେଡି ର ଘୋର ବିପର୍ଯ୍ୟୟ ଘଟିବI କେବଳ ଏତିକି ନୁହେଁ ଭୁବନେଶ୍ୱର ସାଂସଦ ପ୍ରାଥୀନି ଅପରାଜିତା ଷଡ଼ଙ୍ଗୀ ଙ୍କୁ ସେ ଭୋଟ ଦେଇଥିବା ଉଲ୍ଲେଖ ରହିବା ସହିତ ଅପରାଜିତା ନିହାତି ବିଜୟୀ ହେବେ ବୋଲି କହିଛନ୍ତି I

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେବାକୁ ଯାଇଥିବା ବେଳେ ତାଙ୍କ ହାତ ଥରିଲା ଏବଂ ସେ ବିଜେଡି ବଦଳରେ ବିଜେପି ପ୍ରାଥୀ ଙ୍କୁ ଭୋଟ ଦେଇଦେଇଥିଲେ ବୋଲି ସାଂସଦ ପାଟ୍ଟଶାଣୀ ଏକ ବୟାନ ରେ କହିଥିବା ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I

ଘଟଣାଟି ପ୍ରକାଶିତ ହେବାମାତ୍ରେ ଭାଇରଲ ହେବାରେ ଲାଗିଥିବା ବେଳେ ସତ୍ୟାସତ୍ୟ ପାଇଁ ଓଡିଶା ଏକ୍ସକଲୁସିଭ ତରଫରୁ ବାବାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସମ୍ଭବପର ହେଇ ପାରିନାହିଁ I

Leave a Reply

Your email address will not be published. Required fields are marked *