କଂଗ୍ରେସ ନେତା ଜ୍ଞାନେନ୍ଦ୍ରଙ୍କୁ ରେ ଆକ୍ରମଣ, ବିଜେଡି କର୍ମୀ ସମ୍ପୃକ୍ତି ଥିବା ଅଭିଯୋଗ

ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଭଦ୍ରକ ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା I
ଓଡିଶା କଂଗ୍ରେସ ଉପ ସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ କରାଯାଇଛି I ଭଦ୍ରକ ଭଣ୍ଡାରୀ ପୋଖରୀ ରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ଜ୍ଞାନେନ୍ଦ୍ର ସେଠାକୁ ଯିବା ସମୟରେ ସହରର ବନ୍ତ ଛକରେ ତାଙ୍କୁ ଆକ୍ରମଣ କରାଯାଇଛି I କେହି ଦୁର୍ବୁର୍ତ୍ତ ଆସି ତାଙ୍କ ଉପରେ ଆକ୍ରମଣ କରିବା ସହିତ ଗାଡି ଭାଙ୍ଗି ଦେଇଛନ୍ତି I ଦୁର୍ବୁର୍ତ୍ତ ଙ୍କ ବିଷୟରେ ଜଣାପଡ଼ିନଥିଲେ ମଧ୍ୟ ସିଧାସଳଖ ଜ୍ଞାନେନ୍ଦ୍ର ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ସମର୍ଥକ ମାନଙ୍କ ଆଡକୁ ଉଠାଇଛନ୍ତି ଏବଂ କହିଛନ୍ତି କର୍ମୀ ମାନେ ଏପରି କରିଛନ୍ତି ଅପରପକ୍ଷରେ ପ୍ରଫୁଲ୍ଲ ସାମଲ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *