ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ମୋଦିଙ୍କ ପାଖକୁ ଶ୍ରୀଲଙ୍କା ଓ ଇସ୍ରାଏଲ ରୁ ଶୁଭେଚ୍ଛାର ସୁଅ

ଆଜି ବାହାରିବ ନିର୍ବାଚନ ର ଚୁଡାନ୍ତ ଫଳ। ସେଥିପାଇଁ ଚାଲିଛି ଭୋଟ ଗଣତି। ଭୋଟ ଗଣତି ରୁ ଯାହା ଅନୁମାନ କରାଯାଉଛି ଏଇଥର ପୁଣି କେନ୍ଦ୍ର ରେ ସରକାର ଗଢିବେ ମୋଦି ସରକାର। ସେଥିପାଇଁ ଦେଶ ଓ ବିଦେଶ ରୁ ମୋଦି ଙ୍କ ପାଖକୁ ଆସୁଚି ଶୁଭେଚ୍ଛା ର ସୁଅ। ଶ୍ରୀଲଙ୍କା ଓ ଇସ୍ରାଏଲ ର ପ୍ରଧାନମନ୍ତ୍ରୀ ଭୋଟ ଗଣତି ଦେଖି ମୋଦି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରଏଲ ର ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଶୁଭେଚ୍ଛା ଜଣାଇ କହୁଛନ୍ତି ଯେ, ” ମୁଁ ହୃଦୟ ରୁ ମୋଦି ଙ୍କୁ ଶୁଭେଚ୍ଛା ଜଣାଉଛି “। ଏହା ସହ ସେ କହିଛନ୍ତି ଯେ ମୋଦି ନିର୍ବାଚନ ରେ ଏକତରଫା ବିଜୟ ଲାଭ କରିଛନ୍ତି। ଏବଂ ସେ ଆହୁରି କହିଛନ୍ତି ଯେ ଭାରତ ଭଳି ଏକ ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ରେ ମୋଦି କିଭଳି ଭାବରେ ନେତୃତ୍ୱ ନେଉଛନ୍ତି ତାହା ର ପ୍ରମାଣ ଆଜି ନିର୍ବାଚନ ର ଫଳାଫଳ ରୁ ଜଣ ପଡ଼ୁଚି। ଏବେ ସେ ଭାରତ ସହ ମିଶି ଭାରତ ଓ ଇସ୍ରାଏଲ ର ବନ୍ଧୁତ୍ୱ କୁ ଆଗକୁ ନେବାକୁ କହିଛନ୍ତି।

ଇସ୍ରାଏଲ ଭଳି ଶ୍ରୀଲଙ୍କା ମଧ୍ୟ ଭାରତ କୁ ଶୁଭେଚ୍ଛା ଜଣାଇଛି। ଶ୍ରୀଲଙ୍କା ର ପ୍ରଧାନମନ୍ତ୍ରୀ ରାନିଲି ବିକ୍ରମସିଂହେ ଭାରତ ଓ ଶ୍ରୀଲଂକା ର ବନ୍ଧୁତ୍ୱ ଆହୁରି ମଜଭୂତ୍ ହେବ ବୋଲି କହିଛନ୍ତି। ସେହିପରି ମାଳଦ୍ଵିପ୍ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶହିଦ ମଧ୍ୟ ମୋଦି ଓ ବିଜେପି କୁ ଏଭଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *