ହାରିଯାଇପାରନ୍ତି ବରିଷ୍ଠ ନେତା ଦାମୋଦର ରାଉତ ,ବର୍ତମାନ ସୁଦ୍ଧା ତୃତୀୟ ସ୍ଥାନରେ

ନିର୍ବାଚନ ଫଳାଫଳ ଗଣତି ଚାଲିଥିବା ବେଳେ ଅଧିକାଂଶ ସ୍ଥାନରେ ବିଜେଡି ଆଗୁଆ ରହିଛି I ତେବେ ସବୁଠୁ ଚର୍ଚାରେ ରହିଥିବା କିଛି ନେତା ଙ୍କ ନିର୍ବାଚନୀ ଫଳାଫଳ କୁ ସମସ୍ତେ ଉତ୍କଣ୍ଠା ର ସହିତ ଅପେକ୍ଷା କରି ରହିଛନ୍ତି I ସେଥିମଧ୍ୟରୁ ଦାମ ରାଉତ ଅନ୍ୟତମ I ଦାମ ବିଜେପି ର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେଡି ଠାରୁ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲେ ଏବଂ ବିଜେପି ପକ୍ଷରୁ ବାଲିକୁଦା ଏରସମା ରୁ ନିର୍ବାଚନ ଲଢ଼ିଥିଲେ,ତେବେ ବର୍ତମାନ ସୁଦ୍ଧା ଆସିଥିବା ଖବର ଅନୁଯାଇ ବହୁ ପଛରେ ରହିଯାଇଛନ୍ତି ଦାମ ରାଉତ I ପ୍ରଥମ ରେ ବିଜେଡି ପ୍ରାଥୀ ରହିଥିବା ବେଳେ ଦ୍ୱିତୀୟ ରେ କଂଗ୍ରେସ ଏବଂ ତୃତୀୟ ରେ ଦାମ ରହିଛନ୍ତି I ସମସ୍ତ ଗଣତି ପରେ ସମ୍ପୂର୍ଣ୍ଣ ଫଳାଫଳ ସାମ୍ନାକୁ ଆସିବ I

Leave a Reply

Your email address will not be published. Required fields are marked *