ହାରିଗଲେ କିନ୍ତୁ ସମସ୍ତଙ୍କ ମନ ଯିଣିନେଲେ

ସବୁଠୁ ଚର୍ଚାରେ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓଡ଼ିଶାରେ ପୁରୀ ପାଇଁ ମନୋନୀତ ହେବା ପରେ କହିଥିଲେ କି ଜଗନ୍ନାଥ ଡାକିଛନ୍ତି ଏବଂ ମୋଦି ପଠାଇଛନ୍ତି I ଏହାକୁ ସମ୍ବଳ କରି ମାତ୍ର ଅଳ୍ପ ଦିନ ଭିତରେ ପ୍ରଚାର ଆରମ୍ଭ କରିଦେଇଥିଲେ I ଯଦିଓ ସେ ବିଜେଡି ପ୍ରାଥୀ ପିନାକୀ ଙ୍କ ଠାରୁ ହାରି ଯାଇଛନ୍ତି ତେବେ ସମସ୍ତଙ୍କ ମନ ଜିତିଯାଇଛନ୍ତି I ମାତ୍ର ଏତେ କମ ଦିନ ଭିତରେ ସେ ଯେଉଁଭଳି ଭାବରେ ବିଜେଡି ଦୁର୍ଗରେ ପଶି ପିନାକୀ ଙ୍କୁ କଡା ଟକ୍କର ଦେଲେ ଏବଂ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଭୋଟ ଗଣତି ରେ ଟକ୍କର ଦେଉଥିଲେ ତାହା ସମସ୍ତଙ୍କୁ ଚକିତ କରିଛି I

ନା ଥିଲା ସଂଘଠନ ନା ନିର୍ବାଚନ ଲଢ଼ିବା ର ଅଭିଜ୍ଞତା ,ଗଣମାଧ୍ୟମ ରେ ସବୁବେଳେ ତର୍କ କରୁଥିବା ସମ୍ବିତ ପ୍ରଚାର ମୈଦାନ ରେ ଜୋରଦାର ପ୍ରଚାର କରିଥିଲେ I କେତେବେଳେ କୋଉ ମାଉସୀ ଙ୍କ ଠାରୁ ଚକୁଳି ଖାଉଥିଲେ ତ ଆଉ କେତେବେଳେ କାଦୁଅ ପଚପଚ ରାସ୍ତାରେ ପଶି ଭୋଟ ମାଗୁଥିଲେ I ମୈଦାନ ମଧ୍ୟ ଓଡ଼ିଶାର ଗଣମାଧ୍ୟମ ର ଏକ ପରିଚିତ ଚେହେରା ସତ୍ୟ ନାୟକ ଥିଲେ କିନ୍ତୁ ସମ୍ବିତ ଲୋକଙ୍କ ମନ ଜିତିଯାଇଥିଲେ I

ବିଜେଡି ପ୍ରାଥୀ ପିନାକୀ ଙ୍କ ସହିତ କଡା ଟକ୍କର ଦେଇ ମାତ୍ର 11714 ଭୋଟ ବ୍ୟବଧାନ ରେ ହIରିଛନ୍ତି I ପିନାକୀ 538321 ଭୋଟ ପାଇଥିବା ବେଳେ ସମ୍ବିତ 526607 ଭୋଟ ପାଇଛନ୍ତି I ପୂର୍ବଥର ଫଳାଫଳ କୁ ଯଦି ଦେଖାଯାଏ ତେବେ ପିନାକୀ 523161 ଭୋଟ ପାଇଥିବା ବେଳେ ବିଜେପି ପ୍ରାଥୀ ଅଶୋକ ସାହୁ 215763 ଭୋଟ ପାଇଥିଲେ ,ଏଥରକ କିନ୍ତୁ ସମ୍ବିତ ଙ୍କ ଭୋଟ ମତଦାନ 28% ବୃଦ୍ଧି ହେଇଛି ଯାହାକି ଏକ ଚକିତ ଘଟଣା I

ସାଧାରଣ ରେ ଚର୍ଚା ଚାଲିଛି କି ଯଦି ଆଉ କିଛିଦିନ ଆଗରୁ ସମ୍ବିତ ଅସିଥାନ୍ତେ ତେବେ ବିଜୟ ନିହାତି ପାଇଥାନ୍ତେ , ଏପରିକି ବିପକ୍ଷ ପିନାକୀ ମିଶ୍ର ମଧ୍ୟ ସମ୍ବିତ ଙ୍କ ଏପରି ଟକ୍କର କୁ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ବିଜେପି ରେ ଭବିଷ୍ୟତ ବହୁତ ଉଜ୍ଵଳ ହେବ ବୋଲି ମତାମତ ରଖିଥିଲେ I

Leave a Reply

Your email address will not be published. Required fields are marked *