ଅମ୍ଳଜାନ ନପାଇ ପର୍ବତ ରେ ଲୀନ ହେଇଗଲେ ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ

ଗତକାଲି ନିର୍ବାଚନ ଫଳାଫଳ କୁ ନେଇ ଚର୍ଚା ଚାଲୁଥିବା ବେଳେ ଏକ ବଡ ଦୁଃଖ ଖବର ଆସିଛି I ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶ ଙ୍କ ଜୀବନ ଚାଲିଯାଇଛି I ଏଭରେଷ୍ଟର ଶିଖରକୁ ଛୁଇଁ ଓହ୍ଲାଉଥିବା ସମୟରେ ଅମ୍ଳଜାନ ଅଭାବ ହେଇଥିଲା ଏବଂ ସେ ସେଠାରେ ମୃତ୍ୟୁବରଣ କରିଛନ୍ତି I 2008 ରେ ଏଭେରେଷ୍ଟ ଚଢି ଏକ ନୂଆ ରେକର୍ଡ ସହିତ ସାରା ବିଶ୍ୱରେ ଓଡିଶା ପାଇଁ ଗର୍ବ ଆଣିଥିଲେ କଳ୍ପନା I

କେବଳ ଏଭେରେଷ୍ଟ ନୁହେଁ ,ଭାରତ, ନେପାଳ, ଦକ୍ଷିଣ ଆମେରିକା,ୟୁରୋପ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ପର୍ବତ ଚଢି ଓଡିଶା ପାଇଁ ଗର୍ବ ଆଣିଥିଲେ କଳ୍ପନା I କଳ୍ପନା ଙ୍କ ଘର ଢେଙ୍କାନାଳ ଜିଲ୍ଲାରେ I

Leave a Reply

Your email address will not be published. Required fields are marked *