ଦୀର୍ଘ ୨୧ ବର୍ଷ ପରେ ଭୁଷୁଡ଼ିଲା ବିଜେଡି ଗଡ ରାଜଧାନୀ ,ଭୁବନେଶ୍ୱର ରେ ଆସିଲେ ଅପରାଜିତା

ଭୋଟ ଗଣତି ଫଳାଫଳ ଘୋଷଣା ସରିଥିବା ବେଳେ ପୁଣିଥରେ ରାଜ୍ୟରେ ଆସିଛି ବିଜେଡି I ତେବେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ରାଜଧାନୀ କୁ ଅକ୍ତିଆର କରିନେଇଛନ୍ତି ବିଜେପି ପ୍ରାଥୀ ଅପରାଜିତା ଷଡ଼ଙ୍ଗୀ I ଅପରାଜିତା ଙ୍କ ବିପକ୍ଷରେ ଠିଆ ହେଇଥିବା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୧୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି I ଦୀର୍ଘ 8ବର୍ଷ ର ପ୍ରଶାସିକା ଚାକିରୀ ଛାଡି ରାଜନୀତି ରେ ଯୋଗ ଦେଇଥିଲେ ଅପରାଜିତା Iଅପରାଜିତା ବିଜେପି ରେ ଯୋଗ ଦେବା ପରେ ସବୁଆଡେ ତାଙ୍କୁ ନେଇ ଚର୍ଚ୍ଚା ଧରିଥିଲା I ଭୁବନେଶ୍ୱର ରେ ବୁଲି ବୁଲି ଲୋକଙ୍କ ପାଖରେ ପହଞ୍ଚିଥିଲେ ଅପରାଜିତା I

ଓଡ଼ିଶାରେ ଲୋକଙ୍କ ପାଇଁ କରିଥିବା କାମ ର ହିସାବ ମଧ୍ୟ ଦେଇଥିଲେ ଜନସାଧାରଣ ଙ୍କୁ ,ଏବଂ ଆଗାମୀ ଦିନରେ ଏକ ସମୃଦ୍ଧ ଓଡିଶା ର ସ୍ବପ୍ନ ମଧ୍ୟ ଦେଖାଇଥିଲେ I ସବୁଆଡେ ଅପରାଜିତା ଙ୍କୁ ନେଇକି ଚର୍ଚ୍ଚା ହେଉଥିବା ବେଳେ ,ଅପରାଜିତା ମଧ୍ୟ ଜିତିବେ ବୋଲି ଆଶାବାଦୀ ଥିଲେ ,ଭୋଟ ପୂର୍ବରୁ ମଧ୍ୟ ଏକଜିଟ ପୋଲ ସର୍ଭେ ଅନୁଯାଇ ଜଣାପଡୁଥିଲା କି ରାଜଧାନୀ ରେ ଅପରାଜିତା ବିଜୟୀ ହେବେ

I ଶେଷରେ ପୂର୍ବାନୁମାନ ସତ ହେଇଛି ,ବହୁମତରେ ବିଜୟୀ ହେଇଛନ୍ତି ଅପରାଜିତା I

Leave a Reply

Your email address will not be published. Required fields are marked *