ପରାଜୟ କୁ ଗ୍ରହଣ କରି ଇସ୍ତଫା ଦେଲେ ନିରଞ୍ଜନ ,ସୁର କିମ୍ବା ତାରା ଧରିପାରନ୍ତି ମଙ୍ଗ

ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେଡି ର ବହୁମତ ବିଜୟ ପରେ କଂଗ୍ରେସ ର ଅମାନତ ହଜିଯାଇଛି I ଏପରିକି ପୂର୍ବଥର ର ରେକର୍ଡ ମଧ୍ୟ ଦୋହରାଇବାରେ ସକ୍ଷମ ହେଇପାରିନି କଂଗ୍ରେସ I ଦଳର ପିସିସି ମୁଖିଆ ନିରଞ୍ଜନ ପଟନାୟକ ମଧ୍ୟ ଠିଆ ହେଇଥିବା ଦୁଇଟି ଆସନ ରୁ ହାରି ଯାଇଛନ୍ତି I କଂଗ୍ରେସ ର ଏପରି ପରାଜୟ ପାଇଁ ସେ ନିଜକୁ ଦାୟୀ କରି ଦଳରୁ ଇସ୍ତଫା ଦେଇଛନ୍ତି I ଯଦିଓ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନାହିଁ ତେବେ ଚର୍ଚ୍ଚା ଚାଲିଛି କି ପୁଣିଥରେ କଂଗ୍ରେସ ର ଇଜ୍ଜତ ରଖିଥିବା ଜିତିଥିବା ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ କିମ୍ବା ତାରାପ୍ରସାଦ ମଙ୍ଗ ଧରିପାରନ୍ତି I

Leave a Reply

Your email address will not be published. Required fields are marked *