ବିଜେପି ର ଗୃହ ଶତ୍ରୁ ବିଭୀଷଣ ଙ୍କ ପାଇଁ ହାରିଗଲେ ବୈଜୟନ୍ତ ,ବିରାଟ ବଡ ଷଡଯନ୍ତ୍ର ପଛର ବିଭୀଷଣ କିଏ ?

କୁହାଯାଏ ରାଜନୀତିରେ କ୍ଷମତା ହେଉଛି ସବୁଠାରୁ ବଡ ,କ୍ଷମତା ପାଇବାକୁ କିଛି ବି କରିବାକୁ ପଡିଥାଏ I ଦଳ ପଛେ କ୍ଷତି ହେଉ କିନ୍ତୁ ନିଜ ପାୱାର କେବେ କମିନଯାଉ I ସେମିତି ଏକ କ୍ଷମତା ଲୋଭ ପାଇଁ ପୁନର୍ବାର ବିଜେପି ରେ ବହୁତ ବଡ କ୍ଷତି ହେବାକୁ ପଡିଛିI ନିଜ ଦଗଦମା ଏବଂ ଜିଦ ପାଇଁ ଦଳ ର କ୍ଷତି କରିବାକୁ ବି ପଛାଇଲେ ନାହିଁ କିଛି କୁଚକ୍ରୀ I ଗତକାଲି ର ଫଳାଫଳ ଘୋଷଣା ପରେ ସବୁଠୁ ବଡ ଆଶ୍ଚର୍ଯ୍ୟ ହେଉଛି କେନ୍ଦ୍ରାପଡା ର ବୈଜୟନ୍ତ ଏବଂ ବାଲିକୁଦା ର ଦାମ ରାଉତ I ଉଭୟ ସବୁଠାରୁ ଅଧିକ ଚର୍ଚାରେ ଥିବାବେଳେ ଶୋଚନୀୟ ପରାଜୟ ବରଣ କରିଛନ୍ତି I

ଦାମ ରାଉତ ତୃତୀୟ ନମ୍ବର ସ୍ଥାନରେ ଥିବାବେଳେ ବୈଜୟନ୍ତ 152582 ଭୋଟ ବ୍ୟବଧାନ ରେ ହାରିଛନ୍ତି I ଦୁହିଁଙ୍କ ପରାଜୟ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଜନତା ଏବଂ ରାଜନୀତିଜ୍ଞ ବିଶେଷଜ୍ଞ ମାନେ I କାହିଁକିନା କୁହାଯାଏ ଯେ ଜନମତ ହିଁ ସର୍ବଶ୍ରେଷ୍ଠ ମତାମତ ଆଉ ଏହି ଜନମତ ହିଁ ପ୍ରତିଫଳିତ ହେଇଥାଏ ସୋସିଆଲ ମିଡିଆରେ I ସୋସିଆଲ ମିଡିଆରେ ଉଭୟ ଙ୍କ କ୍ରେଜ୍ ଜବରଦସ୍ତ ଥିବାବେଳେ ପରାଜୟ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅନ୍ୟମାନେ I ତେବେ ଚର୍ଚ୍ଚା ଚାଲିଛି କି ବିଜେପି ର କିଛି କୁଚକ୍ରୀ ଜାଣିଶୁଣି ହରାଇଛନ୍ତି ଉଭୟ ଙ୍କୁ ,ଆଜି ନୁହେଁ ଖୁବ ଆଗରୁ ମଧ୍ୟ ଏ ଚର୍ଚ୍ଚା ହେଉଥିଲା କି ଦାମ ଏବଂ ବୈଜୟନ୍ତ ଙ୍କୁ ହରାଇବାକୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ଉଦ୍ୟମ ଚଳାଇଛି Iକାହିଁକି ଏ ଚର୍ଚ୍ଚା/ଷଡଯନ୍ତ୍ର ?:ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ବୈଜୟନ୍ତ “ଓଡ଼ିଶାର ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ଦାବିଦାର କହୁଥିବା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ” ଙ୍କ ମାଧ୍ୟମରେ ନଯାଇ ସିଧାସଳଖ ଅମିତ ଶାହା ଙ୍କ ପାଖରେ ମିଶ୍ରଣ ପର୍ବ ହେଇଥିଲା ଏବଂ ପରେ ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ପଦବୀ ଦିଆଯାଇଥିଲା I ଯାହାକି ସହଜରେ ଗ୍ରହଣୀୟ ହେଇପାରିନଥିଲା ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଙ୍କ ଦ୍ୱାରା I ବୈଜୟନ୍ତ ମିଶିବା ପରେ ତାଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଲାଏବଂ ବିନା କାହା ପରାମର୍ଶ ରେ ବୈଜୟନ୍ତ ଙ୍କ ସମର୍ଥିତ ପ୍ରାଥୀ ମାନଙ୍କୁ ମୋହର ମାରିଥିଲେ ହାଇକମାଣ୍ଡ Iବିଶେଷ କରି ପୁନର୍ବାର ବିଜୟ ମହାପାତ୍ର ଙ୍କୁଫେରେଇ ଆଣିବା ପରେ ନିଜକୁ ଅସୁରକ୍ଷିତ ମନେ କରୁଥିବା ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀ ବୈଜୟନ୍ତ ଙ୍କୁ ହରାଇବାକୁ ଉଦ୍ୟମ କରୁଥିବାର ବହୁଦିନ ତଳେ ଚର୍ଚ୍ଚା ହେଇଥିଲା Iକାହିଁକିନା ଯଦି ବୈଜୟନ୍ତ ଜିତନ୍ତି ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବରେ ପ୍ରମୁଖ ଦାବିଦାର ହେବେ ଏବଂ ଦିବା ସ୍ବପ୍ନ ଦେଖୁଥିବା କିଛି ଲୋକଙ୍କ ସ୍ବପ୍ନ ଭାଙ୍ଗି ଚୁରମାର ହେଇଯିବ I ତେଣୁ “ସ୍ୱାମୀ ପଛେ ମରୁ କିନ୍ତୁ ସଉତୁଣୀ ବିଧବା ହେଉ’ ମର୍ମରେ କୁଆଡେ ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀ କଳେ ବଳେ କୌଶଳେ ବୈଜୟନ୍ତ ଙ୍କ ହାରିବା ପଛରେ ପ୍ରମୁଖ ଭୂମିକା ବିଭୀଷଣ ସାଜିଥିଲେ Iଏକଥା ଆମେ କହୁନୁ ଆଜ୍ଞା ପାନ ଦୋକାନୀ ,ଚା ଖଟି ରେ ଲୋକେ କହୁଛନ୍ତି ,କେତେ ସତ କେତେ ମିଛ ଆପଣ ହିଁ ବିସ୍ଲେସଣ କରି କହିପାରିବେ ,ଦିହକୁ ନେବେନି I ଉପସ୍ଥାପନା : ରାଜନୈତିକ ବିସ୍ଲେସକ ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *