ବିଜୟ ପରେ କାନ୍ଦିଲେ ଲୁଲୁଙ୍କ ଝିଅ କହିଲେ ବାପା ତମ ଆସନ ଆମେ ଫେରେଇ ଆଣିଛୁ ,ପ୍ଲିଜ ଚାଲିଆସ

ବ୍ରହ୍ମଗିରି ରେ ହାରିଯାଇଛନ୍ତି ବିଜେଡି ର ଟାଣୁଆ ନେତା ସଞ୍ଜୟ ଦାସ ବର୍ମା I ବିଜେଡି ର ପାୱାର ଫୁଲ ନେତା ଭାବେ ପରିଗଣିତ ହେଉଥିବା ଏହି ହେଭି ୱେଟ ଙ୍କୁ ହରାଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ର ଙ୍କ ଭାଇ ତଥା ବିଜେପି ପ୍ରାଥୀ ଲଳିତେନ୍ଦୁ I କଂଗ୍ରେସ ର ବରିଷ୍ଠ ନେତା ତଥା ଓଡିଶା ସାରା ପରିଚିତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ବିୟୋଗ ପରେ ତାଙ୍କ ପରିବାର କଂଗ୍ରେସ ଛାଡିଥିଲେ I

କଂଗ୍ରେସ ତାଙ୍କୁ ଅବହେଳା କରିଥିବା ଦର୍ଶାଇ ଝିଅ ଏବଂ ଭାଇ ବିଜେପି ରେ ସାମିଲ ହେଇଥିଲେ I ବିଜେପି ପକ୍ଷରୁ ଚଳିତ ନିର୍ବାଚନ ରେ ଲୁଲୁ ଙ୍କ ଭାଇ ନିର୍ବାଚନ ଲଢୁଥିବା ବେଳେ ଝିଅ ଉପାସନା ଏବଂ ପରିବାର ଲୋକେ ଲୁଲୁଙ୍କ ସ୍ବପ୍ନ ପୂରଣ କରିବା ପାଇଁ ବ୍ରହ୍ମଗିରି ବାସୀଙ୍କୁ ଭୋଟ ମାଗିଥିଲେ I

ବ୍ରହ୍ମଗିରି ବାସି ଲୁଲୁଙ୍କ ବିୟୋଗ ପରେ ମଧ୍ୟ ତାଙ୍କ ପ୍ରିୟ ନେତାଙ୍କୁ ହରେଇବାକୁ ଦେଇନାହାନ୍ତି I ବିଜୟୀ ର ଟୀକା ପିନ୍ଧାଇଛନ୍ତି ତାଙ୍କ ଭାଇଙ୍କୁ I ଅନ୍ୟପଟେ ବଳିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଲଳିତେନ୍ଦୁ ଙ୍କ ଠାରୁ ହାରିଯାଇଛନ୍ତି I

Leave a Reply

Your email address will not be published. Required fields are marked *