ବିଜେଡି ରୁ ବିତାଡିତ ହେବାପରେ ନବୀନ ଙ୍କ ବିରୁଧରେ ସ୍ୱର ଉତ୍ତୋଳନ କରି ପ୍ରତିଶୋଧ ନେବାକୁ ଅଣ୍ଟା ଭିଡିଥିବା ଦାମ ରାଉତ ଙ୍କ ଅଣ୍ଟା ଭାଙ୍ଗିଯାଇଛି I କଚାଡି ହେଇ ପଡିଛନ୍ତି ନିର୍ବାଚନ ରେ I ଏପରିକି ଓଡ଼ିଶାର ଏହି ବରିଷ୍ଠ ନେତା ନିଜ ଅମାନତ ମଧ୍ୟ ହରାଇ ତୃତୀୟ ସ୍ଥାନରେ ରହିଛନ୍ତି I ତେବେ ହାରିବା ପରେ ତୁଣ୍ଡ ଖୋଲିଛନ୍ତି ଦାମ ,ପରାଜୟ ପାଇଁ ନିଜକୁ ଦାୟୀ କରିବା ସହିତ କହିଛନ୍ତି ଯେ ସେ ଦୀର୍ଘ 35ବର୍ଷ ଧରି ବିଜୁ ଲିଗାସୀ ଥିଲେ କିନ୍ତୁ ନବୀନ ଙ୍କ ଉପରେ ରାଗି ବିଜେପି ରେ ମିଶି ବିଜେପି ର ଚିନ୍ତାଧାରା କୁ ଲୋକଙ୍କ ପାଖରେ ପହଞ୍ଚାଇବାରୁ ଲୋକେ ଗ୍ରହଣ କଲେନି I ସେଥିପାଇଁ ତାଙ୍କୁ ଶାସ୍ତି ଦେଲେ I ଏବେବି ଓଡ଼ିଶାରେ ବିଜୁ ଲିଗାସୀ ଚାଲିଛି I ତେବେ ପୁଅର ବିଜୟ ରେ ସେ ଖୁଶି I