ଦାମ ନେତା ହିସାବରେ ହାରିଗଲେ କିନ୍ତୁ ଗୋଟେ ବାପା ହିସାବରେ ଜିତିଗଲେ

ସବୁଠୁ ଚର୍ଚାରେ ଥିବା ବରିଷ୍ଠ ନେତା ଦାମୋଦର ରାଉତ ହାରିଯିବା ପରେ ଏବେ ସବୁଆଡେ ଆଲୋଚନା ହେବାରେ ଲାଗିଛି ଦାମ ଙ୍କ ଘଟଣା I ତେବେ ଦେଖିବାକୁ ଗଲେ ଦାମ ଙ୍କ ଏହି ପରାଜୟ ରେ ସେ ଜିତିଯାଇଛନ୍ତି ,ଜଣେ ନେତା ହିସାବରେ ସେ ହାରିଛନ୍ତି କିନ୍ତୁ ବାପା ହିସାବରେ ନିହାତି ଜିତିଛନ୍ତି I

କାହିଁକିନା ବିଜେପି ମିଶିବା ପରେ ଦାମ ଚାହିଁଥିଲେ କି ସେ ବାଲିକୁଦା ରୁ ଲଢ଼ିବାକୁ ,ଯଦିଓ ବାଲିକୁଦା ନିର୍ବାଚନ ରେ ତାଙ୍କ ପତିଆରା ଜମାରୁ ବି ନଥିଲା ,ତେବେ ନିଜ ନିର୍ବାଚନ ମଣ୍ଡଳୀ ରୁ କାହିଁକି ଲଢ଼ିଲେ ନାହିଁ ଦାମ ? ଦାମ ଭଲକି ଜାଣିଥିଲେ ଯେ ବିଜେଡି ପକ୍ଷରୁ ତାଙ୍କ ପୁଅ କୁ ପ୍ରାଥୀ କରାଯିବ ,ଏମିତିରେ ଦେଖିବାକୁ ଗଲେ ଦାମ ତାଙ୍କ ପୁଅକୁ ଅଧିକ ଭଲ ପାଆନ୍ତି ,ତେଣୁ ପୁଅ ବିରୁଧରେ କିପରି ଲଢ଼ିବେ ? ତେଣୁ ସେ ପରାଜୟ ର ପଥ ବାଛି ଅନ୍ୟ ନିର୍ବାଚନ ମଣ୍ଡଳୀ ଚୟନ କଲେ Iଅବଶ୍ୟ ଏୟା ସତ୍ୟ ଯେ ଦାମ ପାରାଦୀପ ରୁ ଲଢ଼ିଥିଲେ ଫଳାଫଳ କିଛି ଅଲଗା ହେଇଥାନ୍ତା I ତେବେ ବିଜେପି ର ଷ୍ଟାର ପ୍ରଚାରକ ହେଇଥିଲେ ମଧ୍ୟ ଦାମ ପୁଅ ବିରୁଦ୍ଧରେ ନିର୍ବାଚନ ମଣ୍ଡଳୀ ରେ ବିରୋଧ କରିନଥିଲେ ଏବଂ ଦୃଢତାର ସହିତ କହିଥିଲେ ଯେ ତାଙ୍କ ପୁଅ ହିଁ ଜିତିବ I
ବୋଧହୁଏ ଏୟା ହିଁ କୁହାଯାଇପାରେ ଯେ ଦାମ ନିଜ ପୁଅ ପାଇଁ ପରାଜୟ କୁ ଆପଣେଇ ନେଲେ କାହିଁକିନା କିଛିଦିନ ପୂର୍ବରୁ ହିଁ ତାଙ୍କ ପତ୍ନୀ ଙ୍କ ବିୟୋଗ ହେଇଯାଇଥିଲା ,ତେଣୁ ପୁଅର ହାର କୁ ବୋଧହୁଏ ଦେଖିବାକୁ ଦାମ ଙ୍କର ସତ୍ସାହସ ନଥିଲା Iସେ ଯାହା ବି ହେଉ ଅନ୍ତତ ଏୟା ହିଁ କୁହାଯାଇପାରେ ଯେ ଦାମ ହାରିକି ବି ଜିତିଯାଇଛନ୍ତି ଜଣେ ବାପା ହୃଦୟରେ I

Leave a Reply

Your email address will not be published. Required fields are marked *