ଭିଣୋଇ ଏବଂ ଶଳା ଭାଉଜ ଙ୍କ ଅବୈଧ ପ୍ରେମ ,ଏକାଠି ବଞ୍ଚି ହେଲାନି,ତେଣୁ ଉଭୟ ଆତ୍ମହତ୍ୟା କରିଦେଲେ

ପ୍ରେମ କେତେବେଳେ କାହାକୁ କେମିତି ହୁଏ କହିହୁଏନି , ବେଳେବେଳେ ପ୍ରେମ ବି ପାପ ରେ ପରିଣତ ହେଇଯାଏ ସେମିତି ଏକ ପାପ ପ୍ରେମ ପାଇଁ ଦୁଇଜଣ ଙ୍କ ଜୀବନ ଚାଲିଯାଇଛି I ସୂଚନା ଅନୁଯାଇ ଘଟଣା ଟି ଅନୁଗୁଳ କୁମଣ୍ଡ ଚଣ୍ଡୀଖମଣ ଅଞ୍ଚଳ ର I ଏଠାରେ ଆଜି ସକାଳୁ ଏକ ଗଛରେ ଜଣେ ପୁରୁଷ ଏବଂ ଆଉ ଜଣେ ମହିଳା ଙ୍କ ଝୁଲନ୍ତା ଶବ ମିଳିଛି I

ଖବର ନେବାରେ ଜଣା ପଡିଛି କି ଉଭୟ ସମ୍ପର୍କ ରେ ଶଳାଭାଉଜ ଏବଂ ଭିଣୋଇ I ଭିଣୋଇ ହେଉଛନ୍ତି କୁମଣ୍ଡର ରଞ୍ଜନ ସାହୁ ଏବଂ ଶଳାଭାଉଜ ଙ୍କ ଘର Iମୃତ୍ୟୁ ର ଅସଲ କାରଣ ଜଣାପଡ଼ିନଥିଲେ ମଧ୍ୟ ଲୋକଙ୍କ ମତ ଅନୁଯାଇ ଉଭୟ ଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା ଏବଂ ଦୁହେଁ ଘର ଛାଡି ପଳାଇଥିଲେ

I 4ଦିନ ବୁଲିବା ପରେ ଘର ଲୋକ ସେମାନଙ୍କୁ ଗ୍ରହଣ ନକରିବାରୁ ଶେଷରେ ବାଧ୍ୟ ହେଇ ଆତ୍ମହତ୍ୟା କରିଛନ୍ତି ବୋଲି ଶୁଣାଯାଉଛି I ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *