ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିପାରନ୍ତି ନବୀନ ,ବାଚସ୍ପତି ହେବେ ଉଷା ଦେବୀ

ନିଜର ସ୍ୱତନ୍ତ୍ର ରଣକୌଶଳ ପାଇଁ ପୁନର୍ବାର ୫ମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ଏଥରକ ସରକାର ରେ ଏକ ପ୍ରୟାସ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି I ଟିକେଟ ବଣ୍ଟନ କ୍ଷେତ୍ରରେ ଲୋକସଭା ପାଇଁ ୩୩% ମହିଳାଙ୍କୁ ପ୍ରାର୍ଥୀ ଦେଇ ଏକ ନିଆରା ଉଦ୍ୟମ କରିଥିବା ବିଜେଡି ସୁପ୍ରିମ ଏଥରକ ମନ୍ତ୍ରୀ ମଣ୍ଡଳ ରେ ସର୍ବାଧିକ ମହିଳା ଙ୍କୁ ଗୁରୁତ୍ୱ ଦେବାର ସମ୍ଭାବନା I ବିଶେଷ କରି ,ଟୁକୁନି ସାହୁ ,ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବାଚସ୍ପତି ଭାବରେ ଜଣେ ମହିଳା ସୁଯୋଗ ପାଇପାରନ୍ତି I

ଚର୍ଚ୍ଚା ଅନୁଯାଇ ଉଷା ଦେବୀ ବାଚସ୍ପତି ହେଇପାରନ୍ତି ବୋଲି ଆଲୋଚନା ଚାଲିଛି I ଚଳିତ ନିର୍ବାଚନ ରେ ଚିକିଟି ବିଧାନସଭା ନିର୍ବାଚନମଣ୍ଡଳିରୁ ନିଜ ପ୍ରତିଦ୍ବନ୍ଦୀ ମନୋରଞ୍ଜନ ଙ୍କୁ ହରାଇ ଉଷା ଦେବୀ ବିଜୟୀ ହେଇଥିବା ବେଳେ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳ ରେ ତାଙ୍କର ଭଲ ଅଭିଜ୍ଞତା ରହିଛି I

Leave a Reply

Your email address will not be published. Required fields are marked *