ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି ବୈଜୟନ୍ତ ଙ୍କ ପରାଜୟ କୁ ,କହୁଛନ୍ତି କଣ ସତରେ ହାରିଯାଇଛନ୍ତି ?

ନିର୍ବାଚନ ରେ ହାର ଜିତ ଏକ ପ୍ରକ୍ରିୟା I ଜନତା ଜନାର୍ଦ୍ଧନ କେତେବେଳେ କାହାକୁ ବିଜୟ ର ଶିରପା ପିନ୍ଧାଇବେ କେବଳ ତାଙ୍କୁ ହିଁ ଜଣା I ତେବେ ଚଳିତ ନିର୍ବାଚନ ରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ର ସାଂସଦ ପ୍ରାଥୀ ବୈଜୟନ୍ତ ପଣ୍ଡା ହାରି ଯାଇଛନ୍ତି I ପ୍ରାୟତ ଦେଢ଼ ଲକ୍ଷ ଭୋଟ ବ୍ୟବଧାନ ରେ ଅନୁଭବ ବୈଜୟନ୍ତ ଙ୍କୁ ହରାଇବା ପରେ ଏବେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ବୈଜୟନ୍ତ I ଏପରିକି ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି ବୈଜୟନ୍ତ ଙ୍କ ପରାଜୟ କୁ I ଏବେବି ପଚାରୁଛନ୍ତି କଣ ସତରେ ବୈଜୟନ୍ତ ହାରିଗଲେ ? ଅବଶ୍ୟ ପରାଜୟ କୁ ବୈଜୟନ୍ତ ସ୍ୱୀକାର କରିବା ସହିତ ଅନୁଭବ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

ତେବେ କେହି କେହି କହୁଛନ୍ତି କି କେନ୍ଦ୍ରାପଡା ରାଜନୀତି ର ଚକ୍ରବୃହରେ ବୈଜୟନ୍ତ ଙ୍କୁ ଅଭିମନ୍ୟୁ ପରି ହେବାକୁ ପଡିଲା

I ଅଭିମନ୍ୟୁ ଙ୍କୁ ସିନା ସପ୍ତରଥୀ ଅନ୍ୟାୟ ଭାବେ ବଦ୍ଧ କରିଥିଲେ ,କେନ୍ଦ୍ରାପଡା ରେ କିନ୍ତୁ ବୈଜୟନ୍ତ ଙ୍କୁ ହରାଇବାକୁ ବିଜେଡି ସୁପ୍ରିମ ଙ୍କୁ ସେଠାରେ ରହିବାକୁ ପଡିଥିଲା ନିଜର ବାହୁବଳୀ ବିଧାୟକ ସେନା ମାନଙ୍କୁ ସାଙ୍ଗରେ ନେଇକି I

ନିଜର କଳବଳ କୌଶଳ ଲଗାଇ ଶେଷରେ ବୈଜୟନ୍ତ ଙ୍କୁ ପରାସ୍ତ କରିବାକୁ ପଡିଥିଲା I

Leave a Reply

Your email address will not be published. Required fields are marked *