ସାତ ଜଣ ମିଶି ନାବାଳିକା ଝିଅ କୁ ଗଣଦୁଷ୍କର୍ମ କରି ପୋଡିଦେଲେ

ଉତ୍ତର ପ୍ରଦେଶର ମୁଜ୍ଜାଫରନଗରର ଜେଲେରେ ଏକ ନାବାଳିକା ଝିଅକୁ ବଳାତ୍କାର କରିବା ପରେ ତାକୁ ହତ୍ୟା କରାଯାଇଥିବା ମାମଲାରେ ପୋଲିସ ସାତଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି I ଖବର ଅନୁସାରେ
ସାତଜଣ ବ୍ୟକ୍ତି 16 ବର୍ଷର ଝିଅକୁ ବଳାତ୍କାର କରିବା ପରେ ତାକୁ ପୋଡି ମାରିଦେଇଥିଲେ I ମୃତକ ଝିଅ ଇଟାଭାଟିରେ କାମ କରୁଥିଲେ ଇଟାଭାଟିର ମାଲିକ ସହ ଅନ୍ୟ ଛଅଜଣ ବ୍ୟକ୍ତି ସେହି 16 ବର୍ଷର ଝିଅ ସହ ଗଣଦୁଷ୍କର୍ମ କରିଥିଲେ I ଗଣଦୁଷ୍କର୍ମ କରିବା ପରେ ତାକୁ ନିଆଁରେ ପୋଡି ହତ୍ୟା କରିଥିଲେ I

ପୀଡ଼ିତାଙ୍କ ବାପାର ବୟାନକୁ ଆଧାର କରି ପୋଲିସ ଇଟାଭାଟିର ମାଲିକ ଓ ଅନ୍ୟ ଛଅଜଣଙ୍କ ବିରୋଧରେ କେସେ ଫାଇଲି ତିଆରି କରିଛି I ଏହି ଘଟଣା ସହ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିକୁ ବି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ I

Leave a Reply

Your email address will not be published. Required fields are marked *