ମନ୍ଦିରରେ ଚୋରି ସନ୍ଦେହରେ ଶିଶୁକୁ ଲଙ୍ଗଳା କରି ଗରମ ପଥରରେ ଚେଙ୍କ

ମନ୍ଦିରରେ ଚୋରି କରିବା ଅପରାଧରେ ଏକ ପାଂଚ ବର୍ଷର ଶିଶୁକୁ ବିନା କପଡ଼ାରେ ଗରମ ଟାଇଲି ଉପରେ ବସାଇଦିଆଗଲା I ଘଟଣାଟି ହେଉଛି ମହାରାଷ୍ଟ୍ରର ବର୍ଦ୍ଧ ଜିଲ୍ଲାର I ଶିଶୁର ଶରୀରରେ ପୋଡିଯିବାର ଦାଗ ଦେଖି ତାକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା I ଶିଶୁର ନାମ ହେଉଛି ଆରିୟାନ ଖଡେସ I ପୋଲିସକର୍ମୀଙ୍କ କହିବା ଅନୁସାରେ ଶିଶୁ କିଛି ଚୋରିକରିବା ଉଦେଶ୍ୟରେ ମନ୍ଦିରକୁ ଯାଇଥିଲା ସେତେବେଳେ ଅଭିଯୁକ୍ତ ଜଣକ ତାକୁ ମାରିଥିଲା

I ବର୍ଦ୍ଧର ଅରବିରେ ରାଣୀ ଲକ୍ଷ୍ମୀବାଇ ବୋର୍ଡ଼ରେ ଯୋଗାନା ମାତାଙ୍କ ମନ୍ଦିର ଅଛି I ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତା ଦିଲୀପ କହିଲେକି ଏହା କୌଣସି ପ୍ରସିଦ୍ଧ ମନ୍ଦିର ନୁହଁ ଓ ଏଠାରେ ପୁର୍ଣିମାଦିନ ଛାଡିଦେଲେ ଆଉ କୌଣସି ଦିନ ଭିଡ ହୁଏନାହିଁ I ତାଙ୍କ କହିବା ଅନୁସାରେ ଅଧିକାଂଶ ସମୟ ସେଠାରେ ଜୁଆଡି ଜୁଟିରହୁଥିଲେ ଏଠାରେ ମଦ ମଧ୍ୟ ବିକାଯାଉଥିଲା I ଅଭିଯୁକ୍ତ ଅମୋଲ ଧୋରୋଭି ଏଠାରେ ମଦ ବିକିବାର କାମ କରୁଥିଲା I ଶୁଣାଯାଉଛିକି ଦ୍ୱିପ୍ରହର 12ଟା ପାଖାପାଖି ଆରିୟାନ ମନ୍ଦିରରେ ଖେଳୁଥିଲା ସେତେବେଳେ ଅମୋଲ ଧୋରୋ ତାକୁ ଧରିକରି ପିଟିବାକୁ ଲାଗିଲା I

ଆରୋପି ଶିଶୁର ସବୁ କପଡା ଖୋଲିଦେଇ 45 ଡିଗ୍ରୀ ତାପମାତ୍ରାରେ ମନ୍ଦିରର ଗରମ ପଥର ଉପରେ ବସିବାକୁ ବାଧ୍ୟ କଲା I ତାପରେ ଆରିୟାନ ଶରୀରରେ ଘରଲୋକ ପୋଡା ଦାଗ ଦେଖି ତାକୁ ହସ୍ପିଟାଲରେ ଭର୍ତି କରାଇଥିଲେ I ଆରିୟାନ ପିତାର କମ୍ପ୍ଲେନକୁ ଆଧାର କରି ପୋଲିସ ଅମୋଲ ଧୋରୋକୁ ଗିରଫ କରିଛି ଓ ତାଉପରେ ଅତ୍ୟାଚାର ଓ ଶିଶୁ ସୁରକ୍ଷା ଆଇନି ଅନୁସାରେ ମାମଲା ରୁଜୁ କରିଛି I

Leave a Reply

Your email address will not be published. Required fields are marked *