ବିଦେଶୀ କ୍ରିକେଟରଙ୍କ ଭାରତୀୟ ପତ୍ନୀ, ଜାଣନ୍ତୁ କିଏ ?

ସନ ଟେଟ-ମାସୁମ ସିହ୍ନା                                                                                                    ଅଷ୍ଟ୍ରେଲିଆର ପୂର୍ବତନ ଡାହାଣହାତୀ ବୋଲର ହେଉଛନ୍ତି ସନ ଟେଟ । କ୍ରିକେଟ ଅଷ୍ଟ୍ରେଲିଆର ସବୁ ଫର୍ମାଟରେ ପ୍ରତିନିଧିତ୍ୱ କରିଥିବା ଏହି ଫାଷ୍ଟ ବୋଲରଙ୍କ ପତ୍ନୀ ହେଉଛନ୍ତି ମାସୁମ ସିହ୍ନା ଇଣ୍ଡିଆନ ସୁଇମସୁଟ ମଡେଲ ଭାବେ ପରିଚିତ ମାସୁମ ହେଉଛନ୍ତି 2001 ଫେମିନା ମିସ ଇଣ୍ଡିଆ ବିଜୟିନୀ ସମିତା ସିହ୍ନାଙ୍କ ଭଉଣୀ। 12 ଜୁନ 2014 ରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେଇଥିଲେ

ସୋହେବ ମଲ୍ଲିକ-ସାନିଆ ମିର୍ଜାଙ୍କ
ସୋହେବ ମଲ୍ଲିକ ଓ ସାନିଆ ମିର୍ଜାଙ୍କ କଥା କାହାକୁ ବା ଅଜଣା ପାକିସ୍ତାନର ଏହି ପୂର୍ବତନ କ୍ୟାପଟେନ ଭାରତର ଟେନିସି ତାରକା ସାନିଆ ମିର୍ଜାଙ୍କୁ 12 ଏପ୍ରିଲ 2010 ରେ ହାଇଦ୍ରାବାଦରେ ବିବାହ କରିଥିଲେ

ମୁଥାୟା ମୁରଲୀଧର -ମଧିମାଲର ରାମମୂର୍ତ୍ତି
ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ବୋଲର ମୁଥାୟା ମୁରଲୀଧରଙ୍କ ପତ୍ନୀ ହେଉଛନ୍ତି ଜଣେ ଭାରତୀୟ ମୁରଲୀଧରନ 21 ମାର୍ଚ୍ଚ 2005 ରେ ମଧିମାଲର ରାମମୂର୍ତ୍ତିଙ୍କୁ ଚେନ୍ନାଇ ଠାରେ ବିବାହ କରିଥିଲେ

ମୋହିସିନ ଖାଁ-ରୀନା ରାୟ
48 ଟେଷ୍ଟ ଓ 75 ODI ଖେଳିଥିବା ଏହି ପୂର୍ବତନ ପାକିସ୍ତାନି ଓପନର ବ୍ୟାଟ୍ସମ୍ୟାନ ବଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରିନା ରାୟଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିନଥିଲା ବିବାହର କିଛି ବର୍ଷ ପରେ ଉଭୟଙ୍କ ଛାଡପତ୍ର ହେଇଥିଲା

Leave a Reply

Your email address will not be published. Required fields are marked *