ଟିଆର୍ପି ମୋହରେ ଓଡ଼ିଆ ଚାନେଲ ର ଗତି କୁଆଡେ ?? ଏକ ନମ୍ବର ଚାନେଲ ରେ ଅତି କଦର୍ଯ୍ୟ ଭାଷା

ଟିଆର୍ପି ଦୌଡ ରେ ଯେ ଟିଭି ଚାନେଲ କେଉଁ ସ୍ତର କୁ ଯାଇପାରେ ତାହା ବର୍ଣ୍ଣନା କରିବା ଏତେ ସହଜ ନୁହେଁ ତେବେ ନିକଟରେ ଓଡ଼ିଶାର ଏକ ନମ୍ବର ଚାନେଲ ତରଙ୍ଗ ରେ ଏମିତି କିଛି ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ଯାହା ଏବେ ସବୁଠୁ ଚର୍ଚା ରେ I ତରଙ୍ଗ ଦ୍ୱାରା ତରଙ୍ଗ ପ୍ଲସ ନାମକ ଏକ ନୂଆ ଆପ ଭାଲେଣ୍ଟାଇନ୍ସ ଡେ ରେ ଆସିଥିବା ବେଳେ ଏଥିରେ ସମଲିଙ୍ଗୀ କୁ ନେଇ ଚୁମ୍ବକ ନାମକ ଏକ ୱେବ ସିରିଜ ଆରମ୍ଭ ହେଇଛି I ଅବଶ୍ୟ ଓଡ଼ିଶାରେ ଏଭଳି ୱେବ ସିରିଜ ଆରମ୍ବ ହେବା ପ୍ରଥମ ଘଟଣା ,କିନ୍ତୁ ଏହାର ଟ୍ରେଲର ଏବେ ୟୁଟ୍ୟୁବ ରେ ପ୍ରସାରଣ ହେବାପରେ ସବୁଠୁ ଅଧିକ ଚର୍ଚା ଧରିଛି ଏହାର ଭାଷା ଶାଳୀନତା କୁ ନେଇକି I ଏହି ଟ୍ରେଲର ରେ ଦେଖାଯାଇଛି କି ଦୁଇ ବାନ୍ଧବୀ ଙ୍କର ପରସ୍ପର ପ୍ରତି ଅହେତୁକ ସମ୍ପର୍କ କୁ ନେଇ ଜଣେ ବାନ୍ଧବୀ ଙ୍କର ପ୍ରେମିକ ବ୍ୟବହାର କରିଥିବା ଭାଷା I ଯାହାକି ଅତି କଦର୍ଯ୍ୟ ଏବଂ ସମସ୍ତ ଶାଳୀନତା ବାହାରେ I ପ୍ରେମିକ ଟି କହୁଛି ଡାକେ ସେ ବେ …* କୁ ,ଏପରି ଅତି ଅଶାଳୀନ ଭାଷା ତାହା ପୁଣି ତରଙ୍ଗ ଭଳି ଏକ ନମ୍ବର ଚାନେଲ ଠାରୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ I ରଙ୍ଗ ଓଡ଼ିଆ ଢଙ୍ଗ ଓଡ଼ିଆ ର ନାରା ଦେଉଥିବା ତରଙ୍ଗ ର ଏହି କଣ ଆମ ରଙ୍ଗ ଢଙ୍ଗ ?? ସଂସ୍କୃତି ଐତିହ୍ୟ ଭରା ଓଡ଼ିଶାରେ ଏଭଳି ଭାଷା ବ୍ୟବହାର ଆଗକୁ କେତେ ଗ୍ରହଣୀୟ ହେଉଛି ତାହା ସମୟ କହିବ

Leave a Reply

Your email address will not be published. Required fields are marked *