ଆକସ୍ମିକ ବିଦ୍ୟୁତ ଦୁର୍ଘଟଣା ରୁ କିଭଳି ନିଜକୁ ସୁରକ୍ଷିତ ରଖିବେ ,ପଢନ୍ତୁ ଏବଂ ସଚେତନ ହୁଅନ୍ତୁ

ଢେଙ୍କାନାଳ ର ହାତୀ ମୃତ୍ୟୁ ହେଉ କି ରଙ୍ଗେଈଲୁଣ୍ଡା ର ଦୁଖଦଃ ବସ ରେ ବିଦ୍ୟୁତ ଆଘାତ ଦ୍ୱାରା 12ଜଣ ଙ୍କ ମୃତ୍ୟୁ ,ଏମିତି କିଛିଦିନ ଅନ୍ତ ଳାଳ ରେ ବିଦ୍ୟୁତ ଜନିତ ଦୁର୍ଘଟଣା ଦେଖିବାକୁ ମିଳୁଛି,ଯାହା କି ସାରା ରାଜ୍ୟ କୁ ସ୍ତବ୍ଧ କରିଦେଉଛି , ତେବେ ଦୁର୍ଘଟଣାର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ କିନ୍ତୁ ଟିକିଏ ସଚେତନତା ହେଲେ କିଛି ସମୟ ଭିତରେ ଆମେ ସୁରକ୍ଷିତ ହୋଇପାରିବା i ଏହାକୁ ନେଇ ବିଦ୍ୟୁତ କର୍ମଚାରୀ ଜ୍ଞାନ ରଞ୍ଜନ ଙ୍କ ସ୍ୱତନ୍ତ୍ର ଉପସ୍ଥାପନା I
ଜୀବନରେ ଅନେକ ଘଟଣା ଅକସ୍ମାତ ଘଟିଥାଏ । ଯାହାର କୌଣସି ପୂର୍ବ ସୂଚନା ନ ଥାଇ କିଛି ନିମିଷରେ ଯେ କୌଣସି ମୁହୂର୍ତ୍ତରେ ଘଟି ଜୀବନ ହାନି ହୋଇଥାଏ। କେତେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରାଗଲେ ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚାଇ ପାରିବା ।
ବିଜୁଳିର ଆବଶ୍ୟକତା ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନରେ ଗୋଟେ ମହତ୍ତ୍ବ ପୂର୍ଣ୍ଣ ଅଂଶବିଶେଷ ହୋଇ ଯାଇଛି ।କିନ୍ତୁ ଆମେ ଯଦି ଏହାର ବ୍ୟବହାର ଏବଂ ଏହାର କୁପ୍ରଭାବରୁ ବଞ୍ଚିବା ଜାଣିନେ ତେବେ ଅନେକ ଜୀବନ ନିମିଷକେ ଚାଲିଯାଇପାରେ।ଟିକିଏ ସଚେତନତା ଅଭାବରୁ ଆମ ନିଜର କିମ୍ବା ଲୋକଙ୍କ ସହ ଧନ ଜୀବନ ନଷ୍ଟ ହୋଇଯାଏ । ଆସନ୍ତୁ ଜାଣିବା କିଛି ବିଶେଷ କଥା ଯାହାକି ଆମକୁ ଅନେକ ଆସନ୍ନ ବିପଦରୁ ରକ୍ଷା କରିପାରିବ।
୧-ଯଦି କୌଣସି ଠାରେ ବିଦ୍ୟୁତ ତାର ଛିଡି ପଡିଥାଏ ତେବେ ତାର ନିକଟକୁ ନଯାଇ ବା ଅନ୍ୟମାନଙ୍କୁ ସେଠାକୁ ଯିବା ପାଇଁ ବାରଣ କରନ୍ତୁ , ବଡପାଟିରେ କୁହନ୍ତୁ ଏବଂ ବିଦ୍ୟୁତ କାର୍ଯ୍ୟାଳୟ ବା ବିଦ୍ୟୁତ କର୍ମଚାରୀଙ୍କ ସହ ଯୋଗାଯୋଗ କରି ସୂଚନା ପ୍ରଦାନ କରନ୍ତୁ।
୨-ବସ ,କାର ବା କୌଣସି ଯାନ ରେ ଯାଉଥିବା ସମୟରେ ଯଦି ଉକ୍ତ ଯାନଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସେ ତେବେ ଗାଡିକୁ ସ୍ଥିର କରି ରଖନ୍ତୁ ଏବଂ ଗାଡି ଭିତରେ ଥିବା ଯାତ୍ରୀ ମାନଙ୍କୁ ଭୟ ଭୀତ ନ କରି ସ୍ଥିର ହୋଇ ବସିବାକୁ କୁହନ୍ତୁ। କୌଣସି ବ୍ୟକ୍ତି ଯେପରି ଗାଡିରୁ ନ ଓହ୍ଲାନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। କୌଣସି ବାହାର ବ୍ୟକ୍ତି ଯେପରି ବସକୁ ନଛୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ସହ ବାହାର ଲୋକଙ୍କୁ ବସ ନିକଟକୁ ଆସିବାକୁ ବାରଣ କରନ୍ତୁ।କାରଣ ଯାନବାହାନର ଶରୀର ବିଦ୍ୟୁତର ସୁପରିବାହି ହୋଇଥିବା ଯୋଗୁଁ ବିଦ୍ୟୁତ ଦ୍ଵାରା ସଞ୍ଚାରିତ ହୋଇଥାଏ । ତେଣୁ ତାକୁ ବାହାର ଲୋକ ଯାନବାହାନକୁ ସ୍ପର୍ଶ କରିବା ଦ୍ୱାରା ଉଭୟଙ୍କୁ ଝଟକା ପାଇଥାନ୍ତି । କିନ୍ତୁ , ଯାନବାହାନର ଟାୟାର ଗୁଡ଼ିକ ବିଦ୍ୟୁତର କୁପରିବାହି ହୋଇ ଥିବା ଯୋଗୁଁ ଭୂମି ସହିତ ସଂଯୁକ୍ତ ହୋଇ ନ ପାରି ଯାନବାହାନରେ ବିଦ୍ୟୁତ ଉପସ୍ଥିତ ହୋଇ ରହିଥାଏ । ତେଣୁ ଏହି ସମୟରେ ଯଥାସମ୍ଭବ ବିଦ୍ୟୁତ କାର୍ଯ୍ୟାଳୟ ,କଷ୍ଟମର କେୟାର ,ବିଦ୍ୟୁତ କର୍ମଚାରୀ ବା ପୋଲିସ ଷ୍ଟେସନ ସହ ଯୋଗାଯୋଗ ପାଇଁ କରନ୍ତୁ ।
ଯଦି କୌଣସି ପ୍ରକାର ସେଠାରୁ ବିଦ୍ୟୁତ ସରବରାହ ବନ୍ଦ ନହୋଇ ପାରେ ବା କୌଣସି ଯୋଗାଯୋଗ ନହୋଇପାରେ ତେବେ ।ପ୍ରଥମ ପର୍ଯ୍ୟାୟ— ପ୍ରତ୍ୟେକ ବ୍ୟକ୍ତି ଭୟ ଭୀତ ନହୋଇ ଗାଡି ର ଗେଟ ପାଖ କୁ ଜଣେ ଲେଖାଏଁ ବ୍ୟକ୍ତି ଆସି ପାଦ ଦୁଇଟିକୁ ଏକାଠି କରି ବସର କୌଣସି ଧାତବ ଅଂଶୁକୁ ନ ଧରି ବାହାରକୁ ଧିରେ କରି ଡିଅନ୍ତୁ ଏବଂ ସେହି ପୋଜିସନ ରେ ଠିଆ ହୁଅନ୍ତୁ । କୋଣସି ପାଦ ଆଗ କି ପଛକୁ ନିଅନ୍ତୁ ନାହିଁ ଯେପରି ଆମେ ପିଲାବେଳେ ଅଖାଡିଆଁ ରେ ଭାଗ ନେଇ ଦୁଇ ଗୋଡ କୁ ଏକାଠି କରି ଡେଉଁ ଠିକ ସେହିପରି ଡେଇଁ ଡେଇଁ ଗାଡି ବା ତାର ଛିଡିଥିବା ସ୍ଥାନରୁ ୧୦ ମିଟର ଦୁରକୁ ଚାଲି ଯାଅନ୍ତୁ ।ଏହିପରି ସମସ୍ତ ଯାତ୍ରୀ ଭୟଭୀତ ନହୋଇ ବିଦ୍ୟୁତ ଆଘାତରୁ ନିଜକୁ ବଞ୍ଚାଇ ପାରିବେ ।

ଏହି କୌଶଳ ପ୍ରୟୋଗ କଲେ ନିଶ୍ଚିତ ଏକ ରୁ ଅନେକ ଜୀବନ ବଞ୍ଚାଇହେବ ।ଏଣୁ ଯେଉଁ ଠାରେ ବି ଯଦି କୌଣସି ବିଦ୍ୟୁତ ତାର ବା ଖୁମ୍ବ ଭାଙ୍ଗିପଡିଥାଏ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ ଦୟାକରି ସେଠାରୁ ବର୍ତ୍ତିବାର ଏହି ଉପାୟ ଅବଲମ୍ବନ କରନ୍ତୁ। ଦୂର୍ଘଟଣା ହଠାତ ଘଟେ କିନ୍ତୁ ଆମର ଟିକିଏ ସଚେତନତା ଦ୍ବାରା ଆମେ ଆମ ଜୀବନ ଦୁର୍ଘଟଣାରୁ ନିଜକୁ ଅତି ସହଜରେ ଓ ସୁରକ୍ଷିତ ଭାବେ ନିଜକୁ ରକ୍ଷା କରିପାରିବା।
ଜ୍ଞାନ ରଞନ ,ବିଦ୍ୟୁତ କର୍ମଚାରୀ ସେସୁ

Leave a Reply

Your email address will not be published. Required fields are marked *