PEO ଏଞ୍ଜେଲ ପ୍ରିୟା ସାଜି ସୋସିଆଲ ମିଡିଆରେ ଜାଲ ବିଛେଇ ଲୁଟିବାରେ ବ୍ୟସ୍ତ

PEO ସ୍ତ୍ରୀ ଙ୍କ ସାଙ୍ଘାତିକ ଠକେଇ I ପ୍ରଥମେ ସୋସିଆଲ ମିଡିଆରେ ବିଭିର୍ଣ୍ଣ ଗ୍ରୁପ ରେ ପ୍ରଧାନମନ୍ତ୍ରୀ ଙ୍କ ସପକ୍ଷରେ ହେଉ କିମ୍ବା ହିନ୍ଦୁବାଦୀ ସପକ୍ଷରେ ବିଭିର୍ଣ୍ଣ ପୋଷ୍ଟ ଦେଇ ,ଯୁବ ପିଢ଼ି ଙ୍କୁ ବନାଉଛନ୍ତି ଶିକାର I ଜଣେ ମହିଳା ହେଇଥିବାରୁ ଏବଂ ଏଭଳି ଲେଖା କୁ ଅତି ସହଜରେ ଯୁବଗୋଷ୍ଠୀ ପସନ୍ଦ କରିଯାଉଛନ୍ତି ,ପରେ ଫ୍ରେଣ୍ଡସିପ ଏବଂ ଫ୍ରେଣ୍ଡସିପ ରୁ ଠକେଇ I

ମିଳିଥିବା ସୂଚନା ଅନୁଯାୟୀ ଅଙ୍କିତା ଶାହା ନାମରେ ଏକ ଆଇଡି ରୁ ଅନେକ ଯୁବକ ଙ୍କୁ ଠକେଇ ହେଇଥିବାର ସଙ୍ଗୀନ ଅଭିଯୋଗ ଆସିଛି I ତେବେ ସବୁଠୁ ବଡ କଥା ହେଉଛି ମହିଳା ଜଣଙ୍କ ସ୍ୱାମୀ ଜଣେ ପଞ୍ଚାୟତ Executive ଅଫିସର ଏବଂ କଳାହାଣ୍ଡି ରେ କାମ କରନ୍ତି ବୋଲି ସେ ସମସ୍ତଙ୍କୁ କହିବା ସହିତ କିଛି ଦିନର ସମ୍ପର୍କ ପରେ କାହାକୁ କୁହନ୍ତି ଖାଇବାକୁ ପଇସା ନାହିଁ ପଠାଓ ତ ଆଉ କାହାକୁ କୁହନ୍ତି ହସ୍ପିଟାଲ ରେ ଅଛି ,କେତେବେଳେ ଛୁଆ ଙ୍କ ଦେହ ଖରାପ ତ ଆଉ କେତେବେଳେ ନିଜକୁ ୟୁଟର୍ସ କ୍ୟାନ୍ସର ରୋଗୀ କହି ବିଭିର୍ଣ୍ଣ ଲୋକଙ୍କୁ ଠକିଥିବାର ଅଭିଯୋଗ ଆସିଛି I

ଏନେଇ ସମ୍ପୃକ୍ତ ମହିଳା ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I ତେବେ ଅପରପକ୍ଷରେ ଠକାମୀ ର ଶିକାର ହେଇଥିବା ବ୍ୟକ୍ତି ମାନେ ଖୁବଶୀଘ୍ର ଏନେଇ ଥାନାରେ ଏତଲା ଦେବା ସହିତ ଏଭଳି ଠକ କୁ ଗିରଫ କରିବାକୁ ଦାବି କରିଛନ୍ତି I

ଚର୍ଚା ହେଉଛି କି ଏହି ଆଇଡି ଟି ଜଣେ ପୁରୁଷ ଙ୍କର ଏବଂ ସେ ନକଲି ବେଶରେ ଝିଅ ସାଜି ଏଭଳି ଠକେଇ କରି ଆସୁଛନ୍ତି ଲଗାତାର ଭାବରେ ଏପରିକି ସୋସିଆଲ ମିଡିଆରେ ତାଙ୍କର ଏକାଧିକ ଆଇଡି ଥିବା ଚର୍ଚା ହେଉଛି I ତଦନ୍ତ ହେଲେ ଘଟଣାର ଅଧିକ ତଥ୍ୟ ବାହାରକୁ ଆସିବ I

Leave a Reply

Your email address will not be published. Required fields are marked *