ଠିକ୍ କଲେ କି ଜାଗି ମାଡାମ୍ ?

ରାଜଧାନୀ ର ଚର୍ଚିତ ଘଟଣା ନାବାଳିକା କୁ ଗଣଦୁଷ୍କର୍ମ ମାମଲାରେ ଓଟିଭି ର କର୍ମଚାରୀ ଏବଂ ଜଣେ ପୋଲିସ ସମ୍ପୃକ୍ତ ଥିବା ନେଇ ଥାନାରେ ଅଭିଯୋଗ ଦିଆଯିବା ପରେ ଏନେଇ ତଦନ୍ତ ଚାଲିଛି ଏବଂ ଘଟଣାରେ ଓଟିଭିର ଇନ୍‌ପୁଟ୍‌ ହେଡ୍‌, ଆଉଟ୍‌ପୁଟ ହେଡ୍ ଏବଂ ସହକାରୀ ଏଚଆର ମୁଖ୍ୟ ଙ୍କୁ ପୋଲିସ ଜେରା କରିଛି I ପୂର୍ବରୁ ସମ୍ପୃକ୍ତ ଘଟଣାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ ଓଟିଭି ଏବଂ ପରିଚାଳନା ନିର୍ଦେଶିକା ଙ୍କୁ ନୋଟିସ କରିଛନ୍ତି ଏପରିକି ଏହି ଘଟଣା କୁ ଗଣମାଧ୍ୟମ ଚପାଇବା ଏବଂ ଅଭିଯୁକ୍ତ ଙ୍କୁ ଘଣ୍ଟ ଘୋଡାଇବା ଅଭିଯାଗ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନରେଟ ପୋଲିସ କୁ ନିର୍ଦେଶ ମଧ୍ୟ ଦେଇଥିଲେ I ବର୍ତମାନ ତ କିଏ ଦୋଷୀ ତାହା କହିବା ସମ୍ଭବ ନୁହେଁ ,ସମ୍ପୃକ୍ତ ମହିଳା ମିଛ କହୁଛନ୍ତି ନା ଓଟିଭି ତାହା ତ ପରେ ଜଣାପଡିବ ,କିନ୍ତୁ ଏବେ ସାଧାରଣ ରେ ଚର୍ଚା ଓଟିଭି ମୁଖ୍ୟ ଜାଗି ପଣ୍ଡା ଠିକ କଲେ ତ ?

ଅବଶ୍ୟ ଓଟିଭି ସଫେଇ ରଖିଛି କି ମହିଳା ଜଣଙ୍କ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି I ପୂର୍ବରୁ ସେ ଓଟିଭି ରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ I 6 ମାସ ପାଇଁ ଅବଧି ଥିବାବେଳେ ଆଉ 2ମାସ ବାକି ଥିଲା କିନ୍ତୁ ମହିଳା ଙ୍କ ବ୍ୟବହାର ର ରେ ଅତିଷ୍ଠ ହେଇ ଏଚଆର ଦୁଇମାସ ପୂର୍ବରୁ ଥାନାରେ ମହିଳା ଙ୍କ ନାମରେ ଏତଲା ଦେଇଥିଲେ ଯାହାର ସମସ୍ତ ତଥ୍ୟ ପୋଲିସ କୁ ହସ୍ତାନ୍ତର କରାଯାଇଛି I ଏବଂ ଯୌନ ଉତ୍ପୀଡ଼ନ ଆଭ୍ୟନ୍ତରୀଣ ବିଶାଖା କମିଟି ଦ୍ୱାରା ଓଟିଭି ର ଏକ ତଦନ୍ତ ମଧ୍ୟ କରାଯାଇଥିଲା ଯେଉଁଥିରେ ମହିଳା ଜଣଙ୍କ ଅସହଯୋଗ କରୁଥିଲେ I

ତେବେ ଭାଇରଲ ଅଡିଓ ରେ ଶୁଣାଯାଉଛି କି ଓଟିଭି ମୁଖ୍ୟ ଙ୍କ ସହିତ ଯେତେବେଳେ ଅଭିଯୋଗ ଆଣିଥିବା ମହିଳା କଥା ହେଇଥିଲେ ଏବଂ କାନ୍ଦ କାନ୍ଦ ହେଇ କହିଥିଲେ ମାଡାମ ମୁଁ ଆପଣଙ୍କୁ ସିଧା ଫୋନ କରିବି ,ଆପଣ ମୋ ଫୋନ ପର୍ଶନାଲ ରିସିଭ କରିବେ ,ଭାୟା ମିଡିଆରେ ମୋ ସହିତ କଥା ହୁଅନ୍ତୁନି ,ମତେ ନ୍ୟାୟ ଦିଅନ୍ତୁ ମାଡାମ I ଆଉ ଏପଟୁ ଜାଗି ଙ୍କ ସ୍ୱର ଶୁଭୁଥିଲା( ଅବଶ୍ୟ ତାହା ଜାଗି ଙ୍କ ସ୍ୱର କିମ୍ବା ନୁହେଁ ସେନେଇ କୌଣସି ସ୍ପଷ୍ଟୀକରଣ ଦେଇନି ଓଟିଭି ) ତଦନ୍ତ ହେବ ,ଓଟିଭି ଏକ ବଡ ସଂସ୍ଥା ଏମିତି ହୁଏନି I ତୁମେ ସିଷ୍ଟମ ରେ ଆସ I ଏହାକୁ ନେଇ ଏବେ ଚର୍ଚା I ଠିକ କଲେ କି ଜାଗି ?

ସବୁପରେ ବି ଜଣେ ମହିଳା ଅଭିଯୋଗ କରିଛନ୍ତି ଏବଂ ଯେତେବେଳେ ଜାଗି ଙ୍କ ସହିତ କଥା ହେଲେ ଅନ୍ତତ ନୈତିକତା ଦୃଷ୍ଟିରୁ ଜାଗି ଙ୍କ ଠାରୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ I କିଛିଦିନ ତଳେ ଫଳ ବିକୁଥିବା ଅଭିନେତ୍ରୀ ଙ୍କ ବିଷୟରେ ଖବର ବାଜିବା ପରେ ଓଟିଭି ମୁଖ୍ୟ ଜାଗି ପଣ୍ଡା ତାଙ୍କୁ ତରଙ୍ଗ ରେ ଅଫର ଦେଇ ସମସ୍ତଙ୍କ ମନ କିଣିନେଇଥିଲେ I ତେବେ ଏ ମହିଳା ଙ୍କ ପାଇଁ ଏପରି ବ୍ୟବହାର କାହିଁକି ? ଅନ୍ତତ ଅଭିଯୋଗ ସତ ହେଉ କିମ୍ବା ମିଥ୍ୟା ,ପ୍ରଥମେ ମହିଳାଙ୍କୁ ସହାନୁଭୂତି ଦେଇ ତୁମେ ବ୍ୟସ୍ତ ହୁଅନି ତୁମ ସହିତ ମୁଁ ଅଛି ,ସତ ହେଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଏପରି ପ୍ରତିଶୃତି ତ ଦେଇ ପାରିଥାନ୍ତେ ? ଶୁଣାଯାଉଛି ବିଶାଖା ତଦନ୍ତ ହେଇଥିଲା ତେବେ ଅଭିଯୋଗ ଆସିଥିବା କର୍ମଚାରୀ ଙ୍କୁ କଣ ଚାକିରୀ ରୁ ସାମୟିକ ଭାବେ ବରଖାସ୍ତ କରାଯାଇଛି କି ? ଯଦି ନା ( ଏଇଥିପାଇଁ ନା ଯେ ଏଯାଏଁ ସେନେଇ କୌଣସି ସ୍ପଷ୍ଟୀକରଣ ଆସିନି ) ତାହେଲେ ତଦନ୍ତ କେମିତି ହେଲା ? ପ୍ରଥମେ ତ ସେମାନଙ୍କୁ କାର୍ଯ୍ୟରୁ ସାମୟିକ ନିଲମ୍ବିତ କରିବାର ଥିଲା ,ଘଟଣା ମିଥ୍ୟା ହେଇଥିଲେ ସେମାନେ ଧୁଆ ମୂଳା ଭଳି କାର୍ଯ୍ୟରେ ଯୋଗ ଦେବାରେ ଅସୁବିଧା ନାହିଁ I ଅନ୍ତତ ଜାଗି ଙ୍କ ଭଳି ଜଣେ ଓଡ଼ିଶାର ଶକ୍ତିଶାଳୀ ତଥା ଆଦର୍ଶ ମହିଳା ଙ୍କ ଠାରୁ ଏପରି ଆଶା କରାଯାଉନଥିଲା I

ଗୋପାଳ ଚନ୍ଦ୍ର
Email : [email protected]
(ବି .ଦ୍ର : ଏହା ଲେଖକ ଙ୍କ ବ୍ୟକ୍ତିଗତ ମତାମତ )

Leave a Reply

Your email address will not be published. Required fields are marked *