ଦୁଷ୍କର୍ମ କୁ ରୋକିବାକୁ ଯେତେ କଠୋର ନିୟମ ହେଉଥିଲେ ମଧ୍ୟ ଏହା ଦୁଷ୍କର୍ମ କାରି ଙ୍କ ଉପରେ କିଛି ବି ପ୍ରଭାବ ପକାଇପାରୁନାହିଁ I ନାବାଳିକା ଦୁଷ୍କର୍ମ କୁ ନେଇ ଦେଶ ଉଠୁଛି ପଡୁଛି କିନ୍ତୁ ଜଗତସିଂହପୁର ରେ ପୁଣି ଦେଖିବାକୁ ମିଳିଛି ଏକ ଦୁଷ୍କର୍ମ ଘଟଣା I ଗତକାଲି ନବମ ଶ୍ରେଣୀର ଜଣେ ନାବାଳିକା ଝିଅ ଟିଉସନ ଯାଉଥିବା ବେଳେ ଛକ ପାଖରେ ଥିବା ତିନିଜଣ ଯୁବକ ଜୋରଜବରଦସ୍ତ ଛାତ୍ରୀକୁ ନିକଟସ୍ଥ ବାଉଁଶ ବଣ କୁ ଟେକି ନେଇଥିଲେ ଏବଂ ଦୁଷ୍କର୍ମ କରିଥିଲେ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଦୌଡ଼ି ପଳାଇଥିଲେ I ଏନେଇ ଜଗତସିଂହପୁର ଜିଲ୍ଲା ତିତ୍ତୋଲ ଥାନା ରେ ନାବାଳିକା ଅଭିଯୋଗ କରିଛନ୍ତି I
ପୋଲିସ ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରି ଘଟଣା ର ତଦନ୍ତ ଜାରି ରଖିଛି I ଅଭିଯୁକ୍ତ ମାନେ ହେଲେ ସଅରା ଅଞ୍ଚଳର ରଶ୍ମି ରଞ୍ଜନ ଦାସଏବଂ ଚନ୍ଦ୍ରମଣି ବେହେରା ଏବଂ ଅନ୍ୟ ଜଣେ ନାବାଳକ ।