ନିଜ  ପାପ ଲୁଚାଇବା ପାଇଁ  ଶିକ୍ଷୟତ୍ରୀଙ୍କୁ ହତ୍ୟା: ଯୁବକ ର  ପରକ୍ରିୟା ପ୍ରୀତି ଦେଖିଦେଲେ ବୋଲି ଚାଲିଗଲା ଜୀବନ

ଗତ ୪ ତାରିଖରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ(୨୫)ଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କୁନୁ ଜେନା (୨୨ ବର୍ଷ) I  ମିଳିଥିବା ସୂଚନା ଅନୁଯାଇ  ଶିକ୍ଷୟତ୍ରୀ ଜଣଙ୍କ ଅଭିଯୁକ୍ତର ଶ୍ୱଶୁର ଘର ନିକଟରେ ଭଡାରେ ରହୁଥିଲେ।  ଘଟଣା ପୂର୍ବ ଦିନ କୁନୁ ଜେନା ନିଜ ଶଶୁର ଘର ବୁଲି ଆସିଥିବା ବେଳେ ଶଶୁର ଘରେ   ଜଣେ ଅବିବାହିତାଙ୍କ  ସହ ଅନୈତିକ ସମ୍ପର୍କ ରଖିଥିବା ଶିକ୍ଷୟତ୍ରୀ ଜଣଙ୍କ ଦେଖି ଦେଇଥିଲେ ।  ଅଭିଯୁକ୍ତ ଜଣଙ୍କ ଖରାପ କାର୍ଯ୍ୟ କାଳେ ପ୍ରଘଟ ହେଇଯିବ ସେହି ଭୟରେ  ତା ପରଦିନ ଚାରି ତାରିଖରେ  ବିଦ୍ୟାଳୟରୁ ଫେରୁଥିବା ବେଳେ ବିଲ ମଝିରେ ଶିକ୍ଷୟତ୍ରୀ ଙ୍କୁ  ଠେଙ୍ଗାରେ ପିଟି ମାରିଦେବା ପରେ, ବିଲ ମଝିରେ ପକାଇ ସେଠାରୁ ଫେରାର ହୋଇଯାଇଥିଲା ।
ଆଜି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ  ଅଭିଯୁକ୍ତ କୁ ଗିରଫ କରିବା ପରେ  ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌, ରକ୍ତଲଗା ଲୁଗା ସହ ଫୋନ୍‌କୁ ପୁଲିସ ଜବତ କରିଥିବା କଥା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *