ଆସନ୍ତା କାଲି ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ 

କୁନ୍ଦୁଲି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ପୀଡ଼ିତାଙ୍କ ଶବ ରଖି ଆଜି କଂଗ୍ରେସ ରାସ୍ତାରୋକ କରିଥିବା ବେଳେ ବିଜେପି ନବୀନ ନିବାସ ଘେରାଉ ଉଦ୍ୟମ କରିଛି । ଏହି ଘଟଣାକୁ ନେଇ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୬ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ବନ୍ଦ ପାଳନ କରିବ ବୋଲି କହିଛି କଂଗ୍ରେସ । ଚକ, ଅଖ, ସ୍କୁଲ, କଲେଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖିବାକୁ ଡାକରା ଦେଇଛି ।  ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ବନ୍ଦ ଡାକରା ଦେଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।  ଆଜି କଂଗ୍ରେସ ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ବସିବା ପରେ ଏହି ନିଷ୍ପତି ନିଆଯାଇଛି ।

ଅପରପକ୍ଷରେ ବିଜେପି ମଧ୍ୟ ଏହି ଘଟଣାକୁ ନେଇ ୧୨ ଘଂଟିଆ ଅବିଭକ୍ତ କୋରାପୁଟଜିଲ୍ଲା ବନ୍ଦ ଡାକରା ଦେଇଛି ।  ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ଏହି ବନ୍ଦ ପାଳନ କରିବ । ଏହି ଘଟଣାରେ ରାଜ୍ୟ ସରକାର ନିଜଆଡ଼ୁ ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିବାକୁ ମଧ୍ୟ ବିଜେପି ଦାବି କରିଛି ।

Leave a Reply

Your email address will not be published. Required fields are marked *