ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

କୁନ୍ଦୁଲି ପୀଡିତା ଙ୍କ ଆତ୍ମହତ୍ୟା ଘଟଣାରେ ଶତାଧିକ ଭାଜପା କର୍ମୀ ନବୀନ ନିବାସ ଘେରାଉ କରିବାକୁ ରାଲି କରି ବାହାରିଥିବା ବେଳେ ସୂଚନା ଭବନ ଛକ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାଇ , ପୋଲିସ କର୍ମୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଉପରକୁ ବିଜେପି କର୍ମୀ ପଥର ମାଡ କରିଥିଲେ ଫଳରେ  ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଲାଠିଚାର୍ଜ  ଦ୍ୱାରା  ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଏବଂ ଗଣ୍ଡଗୋଳ  ହୋଇଥିଲା। । ଏଥିରେ ୪ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ଜଣ ଭାଜପା କର୍ମୀ ଆହତ ହୋଇଛନ୍ତି। ଘଟଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଏହାସହ ଘଟଣା ଉପରେ ତିକ୍ଷ୍ଣ ନଜର ରଖାଯାଇଥିବା  ପୋଲିସ ତରଫରୁ  ସୂଚନା  ମିଳିଛି  I ଅନ୍ୟପକ୍ଷେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି। 

Leave a Reply

Your email address will not be published. Required fields are marked *