ଶେଷରେ ଠାକୁର ଙ୍କୁ ବି ଛାଡିଲେନି ଲୁଟେରା ମାନେ I ନୟାଗଡ଼ ଅନ୍ତର୍ଗତ ଶରଣକୁଳସ୍ଥିତ ପ୍ରସିଦ୍ଧ ଲଡ଼ୁବାବା ମନ୍ଦିର ପରିସରରେ ଥିବା ହୁଣ୍ଡି କୁ ଭାଙ୍ଗି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରିନେଇଛନ୍ତି I ଏନେଇ ସେବାୟତମାନେ ପୋଲିସ ରେ ଅଭିଯୋଗ କଲାପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି । ସେଥିରେ ଗୋଟିଏ ଟଙ୍କା ବି ନଥିବା ଦେଖାଯାଇଥିଲା । ତେବେ ଅଭିଯୁକ୍ତ ମାନଙ୍କୁ ଯଥା ଶୀଘ୍ର ଗିରଫ ପାଇଁ ପୂଜକ ସମାଜ ଦାବି କରିଛନ୍ତି I