ସବୁ କିଛି ଆରମ୍ଭ ହୋଇଥିଲା ଗୋଟିଏ ଫ୍ରେଣ୍ଡ୍ ରିକୁଏସ୍ତ୍ ରୁ। ଫେସବୁକ୍ ରେ ବନ୍ଧୁତା ଆଉ ତା ପରେ ହେଲା ପ୍ରେମ।
ସମାଜ କୁ ଖାତିର ନ କରି ଦୁହେଁ ମନ୍ଦିର ରେ କଲେ ବିବାହ ଆଉ ଆସି ରହିଲେ କଟକ ରେ। କିନ୍ତୁ କିଛି ଦିନପରେ ସ୍ବାମୀ ଦେଖାଇଲା ତାର ଅସଲି ଚେହେରା।
ହଠାତ୍ ଦିନେ ଛାଡ଼ି ଚାଲିଗଲା। ପ୍ରେମିକା ଦ୍ବାରସ୍ଥ ହେଲା ପୋଲିସ ରେ।
ସୂଚନା ମୁତାବକ ନୟାଗଡ଼ ର ଅହି ଯୁବତୀ ଖୋର୍ଦ୍ଧା କୁହୁଡି ଅଞ୍ଚଳ ର ଯୁବକ ଦୁହେଁ ଫେସବୁକ୍ ରେ ପ୍ରେମ କରି ପଡିଛନ୍ତି ଅସୁବିଧା ରେ।
ପୋଲିସ ରେ ଅଭିଯୋଗ ପରେ ପୁରୀ ରୁ ପୋଲିସ ଧରିଛି ଯୁବକ ଙ୍କୁ ଏବଂ ଏବେ ସେ ଚୌଦ୍ୱାର ଜେଲ୍ ରେ।