ଜ୍ୱାଇଁ ସହିତ ମିଶି ମା ଲକ୍ଷେ ଟଙ୍କା  ସୁପାରୀ ଦେଇ ନିଜ ପୁଅକୁ ମାରିଦେଲା

କୁହାଯାଏ ମା ପାଇଁ ଦୁନିଆର ସବୁଠୁ ମୂଲ୍ୟବାନ ହେଉଛି  ସନ୍ତାନ I କିନ୍ତୁ ମା ପୁଅ ସମ୍ପର୍କ ରେ କଳଙ୍କ ଲଗାଇଛନ୍ତି ରାଜସ୍ତାନ ର ଜଣେ ମା I  ଜ୍ୱାଇଁ ସହିତ ମିଶି  ନିଜ ପୁଅକୁ ହତ୍ୟା  କରିବାକୁ ଲକ୍ଷେ ଟଙ୍କା ର ସୁପାରୀ ଦେଇଥିଲା ମା I ସୁପାରୀ କିଲର ଜଣକ ପୁଅ କୁ ମାରି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ିଦେଇଥିଲା I ପୋଲିସ ଶବ ଉଦ୍ଧାର କରି ଅଭିଯୁକ୍ତ ମା ସହିତ ଅନ୍ୟ 3 ଜଣକୁ ଗିରଫ କରିଛି I


 ଏ ନେଇ ମା  କହିଛି ଯେ , ତାଙ୍କ ସ୍ୱାମୀ ମରିବା ପରେ  ପୁଅ ଜଣକ ସବୁବେଳେ ମଦ ପିଇ , ଗାଳି ଗୁଲଜ କରିବା ସହିତ ବାଡ଼ିଆପଟା କରୁଥିଲା , ଯେଉଁଥିପାଇଁ ସେ ଘର ଛାଡି ଝିଅ ସହିତ ରହୁଥିଲେ I ତାଙ୍କ ନାମରେ ଥିବା ଜମିକୁ ସେ ବିକ୍ରି କରିବାକୁ ଚାଁହୁଥିଲେ କିନ୍ତୁ ପୁଅ ଏଥିରେ ବାଧା ଦେବାରୁ ସେ ଏପରି ନିଷ୍ପତି ନେଇଥିଲେ

Leave a Reply

Your email address will not be published. Required fields are marked *