ପୁରୀରେ ପୋଲିସ ର ଦମନଲୀଳା  :  ରାତିଅଧରେ ଗଡ଼ରୋଡ଼ଙ୍ଗ ଗାଁ’ରେ ଘର ତାଡି ମହିଳାଙ୍କୁ ଚୁଟି ଘୋଷାରି  ନିର୍ଘାତ ପିଟିଲା

ଗତକାଲି  ରାତି ଅଧରେ  ୫ ପ୍ଲାଟୁନ ପୁଲିସ ଫୋର୍ସ ନେଇ ବ୍ରହ୍ମଗିରି ପୋଲିସ  ଗଡ଼ରୋଡ଼ଙ୍ଗ ଗାଁ  କୁ ସମ୍ପୂର୍ଣ ଭାବରେ ଚାରିପଟୁ ଘେରାଓ କରିବା ପରେ ଭିତରେ ପୋଲିସ ପଶିଥିଲେ ଏବଂ ରାତି ଅଧରେ ଯାହାକୁ ପାଇଲେ ନିର୍ଘାତ ଛେଚିଲେ ,  ଛୁଆ କୁ ଖାଇବାକୁ ଦେଉଥିବା ମା କୁ ଘୋସଡ଼ିକି ବାନ୍ଧିଲେ ,ଯେଉଁ ଘର ବନ୍ଦ ଥିଲା , ଘର ଦୁଆର ତାଡିକି ଜିନିଷ ପତ୍ର ଭାଙ୍ଗି ଫୋପାଡ଼ିଦେଲେ I ସତେ ଯେପରି ଗାଓଁ ରେ ଚାଲିଥିଲା ପୋଲିସ ର ଦମନଲୀଳା I ଛୋଟ ପିଲା , ବୁଢା ବୁଢ଼ୀ , ଯାହାକୁ ପାଇଲା ଘୋଷାଡ଼ି ବାନ୍ଧିପକାଇଲା , ପାଖାପାଖି 23 ଜଣକୁ ରାତିଅଧିଆ ବାନ୍ଧି ପୁରୀ ସଦର ଥାନାକୁ ପଠାଇଦେଇଚି ପୋଲିସ I  ପୁରା ଗାଁ କୁ ଧ୍ବଂସ    ବିଧ୍ବଂସ   କରିପକାଇଥିଲା ପୋଲିସ  ଏନେଇ  ଗଡରୋଡଙ୍ଗ ଗାଁର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,  ଙ୍କ ସହିତ ଅନ୍ୟ ଗାଁ ବାସି  ଅଭିଯୋଗ କରିଛନ୍ତି। 


 ସୂଚନା ଥାଉ କି  ଗତ କିଛିଦିନ ଧରି ବ୍ରହ୍ମଗିରି ଅନ୍ତର୍ଗତ ଗଡରୋଡଙ୍ଗ ଗାଁ ଏବଂ  ସଅର ସାହି ମଧ୍ୟରେ ବିବାଦ ଲାଗି  ରହିଥିଲା ଯାହାକୁ ତୁଟାଇବାକୁ ଯାଇ ଗତ  ୨୦ ଏପ୍ରିଲରେ  ରେ  ପୁଲିସ  ସହିତ  ବନ ବିଭାଗ, ରାଜସ୍ୱ ବିଭାଗ ଚେଷ୍ଟା କରିଥିଲେ କିନ୍ତୁ ଘଟଣାସ୍ଥଳରେ ସଅର ସାହିର କିଛି ମହିଳା ପୋଲିସ କୁ ଘଉଡ଼ାଇ ଦେଇଥିଲେ , ପୋଲିସ ମଧ୍ୟ ମହିଳାମାନଙ୍କର ଉଗ୍ର ରୂପ ଦେଖି ସଦଳବଳେ ଫେରିଯାଇଥିଲା I  ଏନେଇ ଥାନାରେ  ମାମଲା ରୁଜୁ  ହେଇଥିଲା ।

Leave a Reply

Your email address will not be published. Required fields are marked *