19 ବର୍ଷ ର ବାଳକ ଅନେକ ନାବାଳିକା କୁ ଦୁଷ୍କର୍ମ କରି ସୋସିଆଲ ମିଡିଆରେ ଶେୟାର କରୁଥିଲା ଅନୁଭୂତି

ଚେହେରା ଦେଖିବାକୁ ଡଉଲ ଡାଉଲ , ଏକଦମ ହ୍ୟାଣ୍ଡସମ ଚେହେରା , ଯାହାର  ଫାଇଦା ନେଇ ସେ ଛୋଟ ଛୋଟ କୁନି ନାବାଳିକା ଝିଅ ମାନଙ୍କୁ ଅତି ସହଜରେ ଶିକାର କରୁଥିଲା ଆଉ ସେମାନଙ୍କ ସହିତ ଦୁଷ୍କର୍ମ କରି ଭିଡିଓ କୁ ଶେୟାର କରୁଥିଲା ସୋସିଆଲ ମିଡିଆରେ I 

ଏମିତି ଏକ ଘଟଣା ଘଟିଛି  ହାଇଦ୍ରାବାଦ  ରେ I ଯୁବକ ଜଣଙ୍କୁ 19 ବର୍ଷ I ତାଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି I  |ମିଳିଥିବା ଖବର ଅନୁଯାଇ ଖରାଦିନେ ଛୁଟି କାଟିବାକୁ ଆସୁଥିବା  ନାବାଳିକା ଝିଅ ମାନଙ୍କୁ ଯୁବକ ଜଣକ  ପ୍ରଥମେ ନିଜର ଭୋଲି ଭାଲି  ବାହାରକୁ ସରଳ ଦେଖାଯାଉଥିବା ଚେହେରା ଦ୍ୱାରା ଆକର୍ଷିତ କରାଇ ପରେ ଶାରୀରିକ ସମ୍ପର୍କ ରଖିଥାଏ ଏବଂ ଅନୁଭୂତିକୁ ନିଜ ସାଙ୍ଗ ମାନଙ୍କ ସହିତ ବାଣ୍ଟୁଥିଲା I

 ପାଖାପାଖି 10 ଟି WHATSAPP ଗ୍ରୁପ ଏବଂ ସୋସିଆଲ ମିଡିଆରେ ଏସବୁ ନିଜେ ଶେୟାର କରୁଥିଲା I ଏକାଧିକ ନାବାଳିକା ଙ୍କ ସହିତ ଅଭିଯୁକ୍ତ ଜଣକ ଏପରି ଦୁଷ୍କର୍ମ କରିଛି I

Leave a Reply

Your email address will not be published. Required fields are marked *