ପୁଅ ବଦଳରେ ଝିଅ ବୋଲି ଜଙ୍ଗଲରେ ଫିଙ୍ଗିଦେଲା ବାପା

ଆଜିକା ଯୁଗରେ ଝିଅ ବି କୌଣସି ଗୁଣରେ ପୁଅଙ୍କ ଠାରୁ କମ୍ ନୁହନ୍ତି ହେଲେ  ଏ ମାନସିକତା ବଦଳୁନାହିଁ , ଆଜି ବି ଝିଅକୁ ଘୃଣା କରୁଛନ୍ତି କିଛି ଲୋକେ , ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସୋର ବ୍ଲକ ମେଣ୍ଢାଗଡ଼ିଆ ଗାଁରେ I 


ପୁଅ ବଦଳରେ ଝିଅ ହେଇଥିଲା ବୋଲି ମାସକର  ନିରୀହ ନିଷ୍ପାପ ଝିଅକୁ  ଘନ ଜଙ୍ଗଲ ରାସ୍ତା କଡ଼ରେ ସୈତାନ  ବାପା  ଫିଙ୍ଗି ଦେଇ ଥିଲା I କୁନି ଝିଅ ର କାନ୍ଦ ଶୁଣି ଗାଁଲୋକ ଶିଶୁକନ୍ୟା କୁ ଉଦ୍ଧାର କରି ମାଆକୁ ହସ୍ତାନ୍ତର କରିଛନ୍ତି I ଏବଂ ଅଭିଯୁକ୍ତ ବାପାକୁ  ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା  ଦେଇଛନ୍ତି I

Leave a Reply

Your email address will not be published. Required fields are marked *