ରକ୍ଷକ ସାଜିଲା ଭକ୍ଷକ : ଥାନା ଭିତରେ ମହିଳାଙ୍କୁ ବଳାତ୍କାର କଲେ ଥାନାଧିକାରୀ

ଯେଉଁଠି ଦେଖ କେବଳ ଦୁଷ୍କର୍ମ , ଲଜ୍ୟା ମୁଣ୍ଡ ନଇଁଯାଉଛି ଅପରାଧୀ ଙ୍କୁ କଠୋର ଦଣ୍ଡ ଦେବା ପାଇଁ କେତେ କଣ ନିୟମ କରାଯାଉଛି , ତେବେ ଦୁଷ୍କର୍ମକାରୀ ଙ୍କ ଉପରେ ଟିକିଏ ବି ଏହାର ପ୍ରଭାବ ପଡୁନି I ଅପରାଧୀ ଙ୍କୁ ଦଣ୍ଡ ଦେବା ଅପେକ୍ଷା ଖୋଦ ଜଣେ ଥାନାଧିକାରୀ ଥାନା ଭିତରେ ଜଣେ ମହିଳା ଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି I ରକ୍ଷକ ସାଜିଛି ଭକ୍ଷକ I ଘଟଣାଟି ଆସାମର ହାଜୋ ଅନ୍ତର୍ଗତ ରାମଡିଆ ଥାନା ର I ଥାନାଧିକାରୀ ଙ୍କ ନାମ ବିନୋଦ କୁମାର ଦାସ I

ମିଳିଥିବା ସୂଚନା ଅନୁଯାଇ ଥାନା ଭିତରେ କେହି ନଥିବା ସୁଯୋଗ ନେଇ ଥାନାଧିକାରୀ ବିନୋଦ କୁମାର ଦାସ ଜେଲ ଭିତରେ ଥିବା ମହିଳା ଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ I ଏବଂ ଜୋର ଜବରଦସ୍ତ ଟଣା ଓଟରା କରିଥିଲେ , ଏନେଇ ମହିଳା ଜଣକ ଯେତେ ବିରୋଧ କରିଥିଲେ ମଧ୍ୟ ବିନୋଦ କୁମାରଶୁଣିନଥିଲେ I ବାଧ୍ୟ କରି ବଳାତ୍କାର କରିଥିଲେ ମହିଳାଙ୍କୁ I ପରେ ଏନେଇ ଘଟଣା ଜଣାପଡ଼ିବାରୁ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି ଏବଂ କଠୋର ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *