ଯୁକ୍ତ ଦୁଇ ବିଜ୍ଞାନ ରେ ଫେଲ୍ ହେଲେ ବୋଲି ଗଛରେ ଦଉଡ଼ି ଲଗାଇଲେ ଛାତ୍ରୀ

ଯେମିତି କି ଆପଣ ମାନେ ଜାଣନ୍ତି ଗତ କାଲି ଯୁକ୍ତ ଦୁଇ ବିଜ୍ଞାନ ର ଫଳ ପ୍ରକାଶ ପାଇଛି। ଅନେକ ଛାତ୍ର ଛାତ୍ରୀ ମାନଙ୍କ ର ଭବିଷ୍ୟତ ନିର୍ଧାରଣ କରୁଥିବେ ଏହି ପରୀକ୍ଷା ରେ କିଏ ବାଜି ମାରି ନେଇଛି ତା କିଏ ପଛରେ ପଡି ଯାଇଛି।

ତେବେ କେନ୍ଦ୍ରାପଡ଼ା ଜିଲ୍ଲା ର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁସୁନପୁର ଗ୍ରାମର ଜଣେ ଛାତ୍ରୀ ପରୀକ୍ଷା ରେ ଅକୃତ କାର୍ଯ୍ୟ ହେବାରୁ ବାରି ପଛରେ ଥିବା ଗଛରେ ଦଉଡ଼ି ଦେଇ ଆତ୍ମହତ୍ା ଉଦ୍ୟମ କରିଛନ୍ତି।

ତାଙ୍କୁ ଗୁରୁତର ଅବସ୍ଥାରେ ଗଛରେ ଝୁଲୁଥିବା ଅବସ୍ଥା ରେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା କିନ୍ତୁ ସେଠାରେ ଡକ୍ଟର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ।

ପରେ ପରିବାର ଲୋକ ମାନେ ତାଙ୍କୁ ନେଇ କଟକ ଯାଇଥିଲେ।ବର୍ତ୍ତମାନ ସେ କଟକ ରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

ଏପଟେ ସେହି କେନ୍ଦ୍ରାପଡା ଜିଲ୍ଲା ର ଆଉ ଜଣେ ଛାତ୍ର ମଧ୍ୟ ପରୀକ୍ଷା ଫଳ ଦେଖିବାକୁ ଆସିଥିବେ ବେଳେ ଆଉ ଘରକୁ ଫେରି ନାହାନ୍ତି ଓ ନିଖୋଜ ଅଛନ୍ତି।

ତେବେ ଆଜି କାଲି ଯୁବ ପୀଢ଼ି ମାନଙ୍କର ଏହି କାର୍ଯ୍ୟ ଉପରେ ଆପଣ ମାନଙ୍କର କଣ ମତାମତ ଆମକୁ କମେଣ୍ଟ ରେ ଜାଣନ୍ତୁ।

Leave a Reply

Your email address will not be published. Required fields are marked *