ଝିଅ କୁ ବାପା ଙ୍କ ଦୁଷ୍କର୍ମ: ଏସ ଡି ପି ଓ ଙ୍କୁ ଅଭିଯୋଗ କଲେ ମା

କଟକ: ଜନ୍ମ କଳା ଝିଅ କୁ ବାପା ଙ୍କ ଦୁଷ୍କର୍ମ । ଏପରି ଏକ ଚାନ୍ଚଲ୍ୟ କର ଅଭିଯୋଗ ଆଣି ନାବାଳିକା ର ମା ଅତିରିକ୍ତ ଡି ସି ପି ଙ୍କ ପାଖରେ ଫେରଦ୍ କରିଛନ୍ତି।

ପୁଲିସ୍ ଏହି ତଦନ୍ତ ଅଭିଯୋଗ ରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଘଟଣା ଟି ଡେରାଡୁନ ରେ ଘଟିଥିବାରୁ ବେଶୀ କିଛି ଆଗେଇ ପାରିନାହିଁ। ସେପଟେ କିନ୍ତୁ ଅଭିଯୁକ୍ତ ବାପା ଫେରାର ହୋଇଯାଇଛନ୍ତି। ତାକୁ ଧରିବା ପାଇଁ ରାଇଗଡ ପୁଲିସ୍ ସହ ଯୋଗାଯୋଗ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।

ପୀଡ଼ିତା ଙ୍କ ମା ଙ୍କ କହିବା ଅନୁସାରେ ଗତ ୫ ବର୍ଷ ହେଲା ସେ ତାଙ୍କ ସ୍ବାମୀ ଓ ୯ ବର୍ଷ ର ଝିଅ ସହ ଡେରାଡୁନ ରେ ରହୁଥିଲେ। ତାଙ୍କ କହିବା ଅନୁସାରେ ସ୍ବାମୀ ଝିଅ କୁ ସ୍କୁଲ୍ ନେବା ବେଳେ ତାଙ୍କ ସାଙ୍ଗ ଘରେ ନିୟମିତ ଭାବରେ ଦୁଷ୍କର୍ମ କରୁଥିଲେ ଓ କାହାକୁ କହିଲେ ଜୀବନ ରେ ମାରିଦେବାକୁ ଧମକ ଦେଇଥିଲେ।

ସେ ଏ ବିଷୟରେ ଡେରାଡୁନ ପୁଲିସ୍ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଆସି ଶାଶୁ ଙ୍କୁ କହିଥିଲେ ଯାହା ଫଳରେ ଶାଶୁ ତାଙ୍କୁ ପାଗଳ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *