ନଟି ବାବା ଙ୍କ କାରନାମା :- ଶରୀର ରୁ ଭୁତ ଛଡାଇଦେବା ପାଇଁ ମହିଳାଙ୍କ ଶାଢ଼ୀ ଖୋଲି….

ମହିଳାଙ୍କ ଶରୀର ବହୁତ ଦିନ ଧରି ଭଲ ହେଉନଥିଲା I ଶରୀର ସାମାନ୍ୟ ଅସୁସ୍ଥ ରହୁଥିଲା I ଯେତେ ଡାକ୍ତର ଙ୍କ ପାଖକୁ ଯାଉଥିଲେ ମଧ୍ୟ ଭଲ ହେଉନଥିଲା I
ପଡୋଶୀ ପରାମର୍ଶ ଦେଇଥିଲେ ପାଖରେ ଥିବା ଅଘୋରୀ ବାବା ଙ୍କ ପାଖକୁ ଯାଇ ଦେଖାଇବାକୁ I ବାବା ତ୍ରିକାଳ ଦର୍ଶୀ ସମସ୍ତ ଭୁତ ଭବିଷ୍ୟତ କହିଦେଇପାରନ୍ତି I ପଡୋଶୀ ଙ୍କ ପରାମର୍ଶ କ୍ରମେ ମହିଳା ଜଣଙ୍କ ତାଙ୍କ ସାନ ଦିଅର ଏବଂ ଯା ସହିତ ବାବା ଙ୍କ ପାଖକୁ ଯାଇଥିଲେ I ମହିଳାଙ୍କ ଶରୀର ରେ ଏକ ପ୍ରବଳ ପ୍ରତାପୀ ଭୁତ ସବାର ହେଇଚି ବୋଲି ବାବା ମହିଳାଙ୍କ ପରିବାର ଲୋକଙ୍କୁ କହିଥିଲେ I ମହିଳାଙ୍କ ଶରୀର ରୁ ଭୁତ କୁ ଛଡେଇବାକୁ ଭିତର ଗୁପ୍ତ କୋଠରୀ କୁ ଡାକିଥିଲେ I ଏବଂ ପରିବାର ଲୋକଙ୍କୁ ବାହାରେ ବସିବାକୁ ନିର୍ଦେଶ ଦେଇଥିଲେ I

ଭିତରେ ବାବା ଜଣକ ତନ୍ତ୍ର ପୂଜାର ଆୟୋଜନ କରିଥିଲେ I ଏବଂ ମହିଳାଙ୍କୁ ଝଡ଼ା ଫୁଙ୍କା କରିଥିଲେ I ଏବଂ ଶରୀର ରୁ ସମସ୍ତ ଲୁଗାପଟା ଖୋଲି ବାବାଙ୍କ କୋଳରେ ବସିବାକୁ କହିଥିଲେ I ମହିଳା ଜଣଙ୍କ ଏଥିରେ ସଂମତି ନହେଇ ବାହାରକୁ ପଳାଇ ଆସିଥିଲେ ଏବଂ ପରିବାର ଲୋକଙ୍କୁ କହିବା ପରେ ବାବା ଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିଲା I ପୋଲିସ ଭଣ୍ଡ ବାବାଙ୍କୁ ଗିରଫ କରିଛି I ଘଟଣା ଟି ଗୁଜରାଟ ଅହମ୍ମଦାବାଦ୍‌ ସହରର ସାରସପୁରରେ I ମହିଳା ଜଣଙ୍କ ଘର ଗୋକୁଳଦାସ ଗ୍ରାମରେ I

Leave a Reply

Your email address will not be published. Required fields are marked *