ଗୋ ଚାଲାଣକାରୀ ଙ୍କୁ ଅଟକାଇଲେ ବୋଲି ସିଧା ଥାନା ଭିତରେ ପୁରାଇଦେବାକୁ ଧମକ :ଚାଇଁପାଳ ଫାଣ୍ଡି ଅଧିକାରୀ ଙ୍କ ପାୱାର

କିଛିଦିନ ଧରି ପୋଲିସ ର ଦବଂଗ ଗିରି କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି I ନୟାପଲ୍ଲୀ ର ଦୁଇ ଭଉଣୀଙ୍କୁ ବିନା କାରଣରେ ନିର୍ଘାତ ପିଟିବା ସହିତ ଜୋର କରି ଥାନାରେ ପୁରାଇ ଦଫା ଲଗାଇଥିଲେ ପୋଲିସ I ଘଟଣା ଜଣାପଡିବା ପରେ ସମ୍ପୃକ୍ତ ପୋଲିସ ବାବୁଙ୍କୁ ବଦଳି କରାଯାଇଛି I ସେହିପରି ନିମାପଡା ର ମୃତ୍ୟୁଞ୍ଜୟ ସ୍ଵାଇଁ ମଧ୍ୟ ଏକ ବୃଦ୍ଧା ଙ୍କୁ ଥାନା ଭିତରେ ପିଟିଥିବାର ଅଭିଯୋଗ ଆସିବା ପରେ ସ୍ୱାଇଁ ଙ୍କୁ ନିଲମ୍ବିତ କରାଯାଇଛି I ତଥାପି ଏତେ ପରେ ମଧ୍ୟ ପୋଲିସ ସୁଧୁରୁନି I ଲାଗୁଚି ଯେପରି ପୋଲିସ ଜନତା ର ସେବା ପାଇଁ ନୁହେଁ ଜନତା କୁ ଡରାଇ ଧମକ ଦେଇ ରଖିବାକୁ ଚାଁହୁଛି I ସେମିତି ଏକ ଘଟଣା ଆସିଛି ତାଳଚେର ଚାଇଁପାଳ ଫାଣ୍ଡି ରେ I

ଗତକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି I ଭିଡିଓ ଅନୁଯାଇ ବଦେ ମାତରମ୍ ଅନୁଗୋଳ ର କାର୍ଯ୍ୟକର୍ତ୍ତା ମାନେ ଗୋ ଚାଲାଣ କାରି ମାନଙ୍କୁ ଅଟକ ରଖିଥିଲେ I ଜିଲ୍ଲା ପରିଷଦ ସଦସ୍ଯା ଲକ୍ଷ୍ମୀପ୍ରିୟା ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ I

କିନ୍ତୁ ନିକଟସ୍ଥ ତାଳଚେର ଚାଇଁପାଳ ଫାଣ୍ଡି ର ଅଧିକାରୀ ମାନେ ସେଠାରେ ପହଞ୍ଚି ଗୋ ଚାଲାଣ କାରି ମାନଙ୍କୁ ଚାଲିଯିବାକୁ କହିଥିଲେ I ଏଥିରେ ବଦେ ମାତରମ୍ ଅନୁଗୋଳ ର କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ପରିଷଦ ସଦସ୍ଯା ଲକ୍ଷ୍ମୀପ୍ରିୟା ମଲ୍ଲିକ ଚକିତ ହେଇ ଗୋ ଚାଲାଣକାରୀ ମାନଙ୍କୁ କାହିଁକି ଯିବାକୁ ଦିଆଗଲା ବୋଲି ପଚାରିବାରୁ ପୋଲିସ ବାବୁ ସମସ୍ତଙ୍କୁ ଥାନାରେ ପୁରାଇଦେବାକୁ ଧମକ ଦେଇଥିଲେ I

ଏବଂ ନିଜର ପୋଲିସ ପାୱାର ଦେଖାଇ କିଛି ଯୁବକ ଙ୍କୁ ଭିଡି ଓଟାରି ଥାନାକୁ ନେବାକୁ ଚେଷ୍ଟା କରିଥିଲେ Iଘଟଣାକୁ ସ୍ଥାନୀୟ ଅଂଚଳରେ ତୀବ୍ର ନିନ୍ଦା କରାଯାଉଛି I

ଘଟଣା ଟି ଗତକାଲି ର , ସୋସିଆଲ ମେଡିଆରେ ଆସିବା ପରେ ଜଣାପଡିଛି I

Leave a Reply

Your email address will not be published. Required fields are marked *