ଦୁଃଖିନୀ ପ୍ରେମିକା ର କରୁଣ କାହାଣୀ : ଭଲପାଉଥିବା ପ୍ରେମିକ ଧର୍ଷଣ କରି ବେଶ୍ୟାପଡ଼ାରେ ….

ପ୍ରେମ ଶାଶ୍ୱତ ଚିରନ୍ତନ ଈଶ୍ୱର , କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଇଁ ପ୍ରେମ ହେଉଛି ଖେଳନା I ଯୁବତୀ ମାନଙ୍କୁ ପ୍ରେମ କରି ଫସାଇବା ପରେ ଶାରୀରିକ ସମ୍ପର୍କ ହେଉଛି ଏମାନଙ୍କ ପାଇଁ ପ୍ରେମ Iପ୍ରେମ ଯେ ଜଣେ ଯୁବତୀ ଙ୍କୁ ମହଙ୍ଗା ପଡିପାରେ ତାହା ସାମ୍ନା କୁ ଆସିଛି I ମିଳିଥିବା ସୂଚନା ଅନୁଯାଇ ପରଭେଜ୍‌ ନାମକ ଜଣେ ଯୁବକ ଟ୍ରେନ୍‌ରେ ଯାତ୍ରା କଲା ବେଳେ ଜଣେ ଯୁବତୀଙ୍କ ସୌନ୍ଦର୍ଯ୍ୟ ରେ ପାଗଳ ହେଇଯାଇ ତାଙ୍କ ପ୍ରେମରେ ପଡିଯାଇଥିଲେ I ଏବଂ ଟ୍ରେନ ମଧ୍ୟରେ ଦୁଇଜଣ ଯାଙ୍କ ପରସ୍ପର ମଧ୍ୟରେ ଭାବ ର ଆଦାନ ପ୍ରଦାନ ହେଇଥିଲା I ଯୁବକ ଙ୍କ ହାଣ୍ଡସମ ଚେହେରା ଏବଂ ଏକ ବଡ କମ୍ପାନୀ ରେ କାମ କରୁଥିବାରୁ ଯୁବତୀ ଜଣଙ୍କ ମଧ୍ୟ ଯୁବକ ଙ୍କ ପ୍ରତି ଆକୃଷ୍ଟ ହେଇଥିଲେ I
ଦୁହେଁ ଦୁହିଁଙ୍କର ମୋବାଇଲ ନମ୍ବର ନେଇଥିଲେ I କିଛିଦିନର ଟେଲିଫୋନ ବାର୍ତାଳାପ ରୁ ଦୁହେଁ ପ୍ରେମ ରେ ପଡିଯାଇଥିଲେ I

ପ୍ରେମରେ ଯୁବତୀ ଜଣଙ୍କ ଯୁବକ ଙ୍କୁ ଅତି ନିବିଡ ଭାବରେ ବିଶ୍ୱାସ କରୁଥିବା ବେଳେ ପ୍ରେମିକ ଜଣଙ୍କ ଏହାର ଫାଇଦା ନେଇ ଯୁବତୀ ଙ୍କୁ ତାଙ୍କ ବାସଭବନ ଉତ୍ତରପ୍ରଦେଶ ମୁଜାଫରନଗର କୁ ଡ଼କାଇଥିଲେ I ପ୍ରେମ ରେ ଅବିଶ୍ୱାସ ନକରି ଯୁବତୀ ଜଣଙ୍କ ପହଂଚିଥିଲେ ପ୍ରେମିକ ଙ୍କ ଭଡା ଘରେ I ଯୁବତୀ ଙ୍କୁ ଘରେ ପୁରାଇ ବାହାରୁ ଚାବି ପକାଇଦେଇଥିଲେ ପ୍ରେମିକ I ହଠାତ କିଛି ବୁଝିବା ଆଗରୁ ପ୍ରେମିକ ଜଣଙ୍କ ଜୋରଜବରଦସ୍ତ ଧର୍ଷଣ କରିଥିଲେ ପ୍ରେମିକା କୁ I

ଯୁବତୀ ଜଣଙ୍କ ଯେତେ ଆକୁଳ ନିବେଦନ କରିଥିଲେ ମଧ୍ୟ ପ୍ରେମିକ ଛାଡ଼ିନଥିଲେ I ପ୍ରେମ ଉପରୁ ସତେ ଯେପରି ଭରଷା ତୁଟିଯାଇଥିଲା ଯୁବତୀ ଙ୍କର I ପ୍ରେମ କଲେ କଣ ଏପରି ସଜା ମିଳିବାକୁ ହୁଏ ? ଏତିକିରେ ସରିନଥିଲା ଯୁବତୀଙ୍କର କରୁଣ କାହାଣୀ I ଧର୍ଷଣ ପରେ ଯୁବତୀ ଙ୍କୁ ପ୍ରେମିକ ଜଣଙ୍କ ତା ସାଙ୍ଗ ଶୋଏବ ସହିତ ମିଶି ବେଶ୍ୟାଳୟ ରେ ବିକ୍ରୀକରିଦେବାକୁ ପ୍ଲାନ କରିଥିଲେ I ଏଥିପାଇଁ ଯୁବତୀ ଜଣଙ୍କୁ ଘରେ ଚାବି ପକାଇ ଲୁଚାଇ ରଖି ସବୁଦିନ ଦୁଇ ସାଙ୍ଗ ସ୍ଥାନୀୟ ଜିବି ରୋଡ଼ଠାରେ ଗ୍ରାହକ ଖୋଜୁଥିଲେ I

ଯୁବକ ଙ୍କ ହାବଭାବ ପୋଲିସ କୁ ସନ୍ଦେହ ଲାଗିବାରୁ , ସାଧା ବେଶରେ ଯୁବକ ଙ୍କ ପାଖରେ ପହଂଚିଥିଲେ ପୋଲିସ I ଯୁବକ ଦ୍ବୟ ପ୍ରଥମେ ଘଟଣା କୁ ଲୁଚାଇଥିଲେ ମଧ୍ୟ ସାଦା ପୋଲିସ ର ବ୍ୟବହାର ଏବଂ କଥାବାର୍ତା ରେ ସନ୍ଦେହ ନକରି ମୂଲଚାଲ କରିଥିଲେ I ଶେଷରେ ୧ଲକ୍ଷ ୮୦ ହଜାର ଟଙ୍କାରେ ଯୁବତୀ ଙ୍କୁ ବିକ୍ରି କରିଦେବା ପାଇଁ ଯୁବକ ଦ୍ବୟ ରାଜି ହୋଇଥିଲେ। ରାତିରେ 9 ଟାରେ ଅଜମେର ଗେଟଠାରେ ଦୁଇ ଯୁବକ ଯୁବତୀ ଙ୍କୁ ନେଇ ପହଂଚିବେ ଏବଂ ସାଦା ପୋଷାକ ଧାରୀ ପୋଲିସ କୁ ଟଙ୍କା ଆଣି ପହଂଚିବାକୁ କହିଥିଲେ ଯୁବକ I

ଯୋଜନା ମୁତାବକ ଦୁଇ ଯୁବକ, ଯୁବତୀ ଜଣଙ୍କୁ ଭୟଭୀତ କରାଇ ନିର୍ଧାରିତ ସ୍ଥାନରେ ପହଂଚି ସାଧା ପୋଷାକ ଧାରୀ ପୋଲିସ ହାତକୁ ଟେକିଦେବା ପରେ ପୋଲିସ ଦୁଇ ଯୁବକ ପରଭେଜ୍‌ ଓ ଶୋଏବଙ୍କୁ ଘଟଣା ସ୍ଥଳରେ ଗିରଫ କରିଛି I ଏବଂ ଯୁବତୀ ଙ୍କୁ ଉଦ୍ଧାର କରିଛି I

Leave a Reply

Your email address will not be published. Required fields are marked *