ନାବାଳିକା ପରିସ୍ରା କରୁଥିବା ସମୟରେ ପଡୋଶୀ ଯୁବକ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଧର୍ଷଣ

ବୌଦ୍ଧ ଜିଲା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଜଣେ ନାବାଳିକା କୁ ଜୋରଜବରଦସ୍ତ ଘରୁ ଅପହରଣ କରିନେଇ ଜଣେ ଯୁବକ ଜଙ୍ଗଲ ଭିତରେ ଧର୍ଷଣ କରିବା ସହିତ ନାବାଳିକା କୁ ବନ୍ଦୀ କରି ରଖିଥିଲା I ଏବଂ ବାରମ୍ବାର ଧର୍ଷଣ କରିଥିଲା I ମିଳିଥିବା ସୂଚନା ଅନୁଯାଇ 27 ତାରିଖ ରାତିରେ ନାବାଳିକା ଜଣଙ୍କ ଘର ସାମ୍ନାରେ ପରିସ୍ରା କରୁଥିବା ସମୟରେ ଜଣେ ପଡୋଶୀ ଯୁବକ ନାବାଳିକା ଝିଅ କୁ ଜୋର କରି ଉଠାଇନେଇଥିଲେ I କାଳେ ନାବାଳିକା ଝିଅ ଜଣଙ୍କ ପାଟି କରିବେ ସେଥିପାଇଁ ତାଙ୍କ ପାଟିରେ ଏକ କପଡା ବାନ୍ଧିଦେଇଥିଲେ I ପାଖରେ ଥିବା ଜଙ୍ଗଲ ରେ ଧର୍ଷଣ କରିବା ପରେ ରାମପୁର ସ୍ଥିତ ଏକ ଭଡା ଘରେ ନାବାଳିକା କୁ ହାତ ଗୋଡ ବାନ୍ଧି ପ୍ରତ୍ୟେକ ଦିନ ଧର୍ଷଣ କରୁଥିଲା ଅଭିଯୁକ୍ତ ଯୁବକ I

ଘରେ ଝିଅ କୁ ନପାଇବାରୁ ଝିଅର ବାପା ତା ପରଦିନ ପୋଲିସ ରେ ଏତଲା ଦେଇଥିଲେ I ପୋଲିସ ତଦନ୍ତ ଆରମ୍ଭ କରିଥିଲା I ଭୟରେ ଅଭିଯୁକ୍ତ ପଡୋଶୀ ଯୁବକ ଜଣଙ୍କ ଫେରାର ହେଇଯାଇଥିଲା I ଫଳରେ ପୋଲିସ ର ସନ୍ଦେହ ହେବାରୁ ଯୁବକ କାମ କରୁଥିବା କମ୍ପାନୀ ରେ ଚଢ଼ାଉ କରିଥିଲା I ଯୁବକ ଜଣଙ୍କ ସବୁ ସତ ମାନିଯାଇଥିଲା ଏବଂ ଭଡା ଘରୁ ଯୁବତୀ ଙ୍କୁ ଉଦ୍ଧାର କରାଯାଇଥିଲା I ଯୁବକ ଜଣଙ୍କ ନାମ ସନ୍ତୋଷ ପ୍ରଧାନ I
(୨୫) । ସନ୍ତୋଷ କୁ ଗିରଫ କରାଯାଇ ନୂଆ ସଂଶୋଧିତ ପୋସ୍କୋ ଆଇନ ଅନୁଯାଇ କୋର୍ଟ କୁ ପଠାଇଦିଆଯାଇଛି I

Leave a Reply

Your email address will not be published. Required fields are marked *