ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ମଚାରୀ ଙ୍କ ପତ୍ନୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ମଚାରୀ ଜଣେ କ୍ରାଇମ୍ ବ୍ରାଞ୍ଚ ରେ ତାଙ୍କ ପତ୍ନୀ ଓ ପତ୍ନୀ ଙ୍କ ବାପ ଘର ଲୋକ ନା ରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପତ୍ନୀ ଙ୍କ ସହ ବାପଘର ଲୋକ ଓ ତାଙ୍କର କିଛି ସହଯୋଗୀ କର୍ମଚାରୀ ଙ୍କ ୨୨ ମିନିଟ୍ ର ଏକ ଭିଡିଓ ସୋସିଆଲ ମିଡ଼ିଆ ଓ ବିଭିନ୍ନ ୱେବସାଇଟ ରେ ଘୁରି ବୁଲୁଛି।

ଏହି ସମ୍ପର୍କ ରେ ସେ ପଚାରିବା ରୁ ତାଙ୍କୁ ମାଡ଼ ମାରିବା ସହ,ନିଶା ଦେବା ଏବଂ ଜୀବନ ରୁ ମାରିଦେବା କୁ ମଧ୍ୟ ଧମକ ମିଳିଛି। ତାଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ଘର ଲୋକ କର୍ମଚାରୀ ଙ୍କୁ ଜୀବନ ରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି।

କର୍ମଚାରୀ ଜଣଙ୍କ ପୋଲିସ କୁ ତାଙ୍କୁ ନ୍ୟାୟ ଦେବା ସହ ସେ ଭିଡିଓ କୁ ସୋସିଆଲ ମିଡ଼ିଆ ଏବଂ ୱେବସାଇଟ ଗୁଡିକ ରୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ ସେ ୨୦୧୬ ମସିହା ରେ ଉକ୍ତ ମହିଳା ଙ୍କୁ ବିବାହ କରିଥିଲେ।ମହିଳା ଜଣକ ଭୁବନେଶ୍ୱର ରେ ଚାକିରି କରନ୍ତି। ଚାକିରି ପାଇଁ ଦୁହେଁ ଅଲଗା ରହୁଥିଲେ।ସ୍ବାମୀ ସମ୍ବଲପୁର ଓ ସ୍ତ୍ରୀ ଭୁବନେଶ୍ୱର।୨୦୧୭ ରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଙ୍କ କିଛି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି କିନ୍ତୁ ସେବେ ତାଙ୍କୁ କିଛି ପ୍ରମାଣ ମିଳିନଥିଲା। ଏହି ସମ୍ପର୍କ ରେ ସ୍ତ୍ରୀ ଙ୍କୁ ପଚାରିବା ପରଠାରୁ ତାଙ୍କର ସ୍ତ୍ରୀ ଙ୍କ ସହ ଝଗଡା ଚାଲୁଥିଲା।

କିନ୍ତୁ ଉକ୍ତ କର୍ମଚାରୀ ଜଣଙ୍କ ୨୦୧୮ ମାର୍ଚ୍ଚ ୨୩ ତାରିଖ ରେ ଫେସବୁକ୍ ରୁ ଏକ ଲିଙ୍କ୍ ପାଇଥିଲେ ଯେଉଁଥିରେ କି ସେ ସ୍ତ୍ରୀ ଙ୍କ ୨୨ ମିନିଟ୍ ର ୫ ଟି ଭିଡିଓ ଦେଖିବାକୁ ପାଇଥିଲେ।ଏହା ପରେ ସେ ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *