ରତ୍ନ ଭଣ୍ଡାର ଚାବି ହଜିବା ପରେ ଚିଲ ବସିଲା ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ନୀଳଚକ୍ରରେ

କାହିଁ କେବେ ଠୁ ଭକ୍ତ ଙ୍କ ମନରେ ବିଶ୍ୱାସ ରହିଛି ଯେ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ର ଗୋଟେ ଚକିତ କଥା ହେଉଛି ମନ୍ଦିର ର ଉପରିଭାଗରେ କୌଣସି ପଖି କିମ୍ବା ଉଡ଼ାଜାହାଜ ଆଜି ପର୍ଯ୍ୟନ୍ତ ଉଡ଼ିପାରିନାହାନ୍ତି I କାଲି କିନ୍ତୁ ମନ୍ଦିର ନୀଳଚକ୍ରରେ ଏକ ଚିଲ ବସିରହିଲା I ଗତକାଲି ମଳ ମାସ ଏକାଦଶୀ ରେ ହଜାର ହଜାର ଭକ୍ତ ଙ୍କ ଭିଡ ଜମିଥିଲା ଜଗନ୍ନାଥ ଙ୍କ ଦର୍ଶନ ପାଇଁ Iଅପରାହ୍ନ ରେ କିନ୍ତୁ ସମସ୍ତଙ୍କ ନଜର ଚାଲିଯାଇଥିଲା ମନ୍ଦିର ର ନୀଳଚକ୍ର ଆଡକୁ I ଭକ୍ତ ମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ ଯେ ଯାହା ଦେଖୁଛନ୍ତି ସତ ନା ମିଛ I ନୀଳଚକ୍ର ର ପତିତପାବନ ବାନା ରେ ଏକ ବଡ ଚିଲ ପ୍ରାୟତଃ 6 ମିନିଟ ପର୍ଯ୍ୟନ୍ତ ବସିରହିଥିଲା I

ଏହାକୁ ନେଇ ସାଧାରଣତଃ ଭକ୍ତ ଏବଂ ବୁଦ୍ଧିଜୀବୀ ମାନେ ମତାମତ ଦେଇଛନ୍ତି ଯେ ଏହା ଘୋର ବିପଦ ଅଟେ I କାହିଁକିନା ମନ୍ଦିର ର ଉପରିଭାଗରେ କୌଣସି ପକ୍ଷୀ ଆଜି ପର୍ଯ୍ୟନ୍ତ ଉଡିନାହାନ୍ତି I ହୁଏତ ଏକ ବଡ ଅଶୁଭ ର ସଂକେତ ଏହାଦ୍ୱାରା ଜଗନ୍ନାଥ ଦେଖାଉଛନ୍ତି I

ଦିନକୁ ଦିନ ସେବାୟତ ମାନଙ୍କର ଭକ୍ତ ଙ୍କୁ ମାଡ ମାରିବା ହେଉ କିମ୍ବା ରଥଯାତ୍ରାରେ ବିଶୃଙ୍ଖଳା ହେଉ ଏହା ଅସହ୍ୟ ହେଲାଣି I ଏମିତିକି ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ର ଚାବି କୁଆଡେ ଗାଏବ ହେଇଯାଇଛି ତାର ପତ୍ତା ମିଳୁନି I ତେବେ ଚିଲ ବସିବା ଦ୍ୱାରା ଲକ୍ଷ ଲକ୍ଷ ଭକ୍ତ ଙ୍କ ମନରେ ଗଭୀର କଷ୍ଟ ହେଇଚି I

Leave a Reply

Your email address will not be published. Required fields are marked *