ପ୍ରେମିକା କୁ ବାଇକ ରେ ବୁଲାଇବା କାଳ ହେଲା : ଜୋର କରି ଗ୍ରାମବାସୀ ବିବାହ କରାଇଦେଲେ

ପ୍ରେମିକା କୁ ବାଇକ ରେ ଧରି ବୁଲିବା ମହଙ୍ଗା ପଡିଛି ପ୍ରେମିକ କୁ I ଘଟଣା ଟି ଆସାମ ର I ଗତ ମଙ୍ଗଳବାର ଦିନ ଜଣେ ଯୁବକ ତାଙ୍କ ପ୍ରେମିକା ଙ୍କୁ ବାଇକ ରେ ବସାଇ ବୁଲାଉଥିଲେ I ବୁଲୁଥିବା ବେଳେ ଗୋଅଲପରା ଗ୍ରାମରେ ପସିଯାଇଥିଲେ I ଯୁବକ ଯୁବତୀ ଙ୍କୁ ଏକତ୍ର ବୁଲୁଥିବାର ଦେଖି କିଛି ଗ୍ରାମବାସୀ ଅଟକାଇଥିଲେ I ଏବଂ ଦୁହିଁଙ୍କ ଭିତରେ କଣ ସମ୍ପର୍କ ବୋଲି ପଚାରିଥିଲେ I ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହିବା ପରେ ଗ୍ରାମବାସୀ ଦୁହିଁଙ୍କୁ ଦୁଇଟି ବରଣ ମାଳା ଦେଇ ବିବାହ କରିବାକୁ କହିଥିଲେ I ଏଇଥିରେ ରାଜି ନହେବାରୁ ଙ୍କ ଭିତରୁ ଜଣେ ଯୁବକ ଏକ ବାଡ଼ି ଆଣି ପ୍ରେମିକ ପ୍ରେମିକା ଙ୍କୁ ଧମକାଇଥିଲେ I ଡର ରେ ଉଭୟ ବିବାହ କରିଥିଲେ ଏବଂ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମ୍ପୃକ୍ତ ଯୁବକ ଙ୍କ ଭାଇ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି I

Leave a Reply

Your email address will not be published. Required fields are marked *