ଭଉଣୀ କୁ ଧର୍ଷଣ କରିଥିବା ଅଭିଯୁକ୍ତ ପ୍ରତି ଏମିତି ପ୍ରତିଶୋଧ ନେଲା ପୀଡିତା ର ଭାଇ

କଥାରେ ଅଛି ଭାଇ ଭଉଣୀ କହ କାହାଣୀ I ଭାଇ ଭଉଣୀ ଙ୍କ ଭିତରେ ଭଲପାଇବା ସ୍ନେହ ଅନାବିଳ I ଭଉଣୀ ଟିଏ ତା ସୁରକ୍ଷା ପାଇଁ ଭାଇ ହାତରେ ପିନ୍ଧାଇଥାଏ ସୁରକ୍ଷା କବଚ ରାଖୀ I ଆଉ ଭାଇ ଟି ସବୁ କ୍ଷେତ୍ରରେ ଭଉଣୀ ପାଖରେ ଠିଆ ହେବାକୁ ଦେଇଥାଏ ନିର୍ଭର ପ୍ରତିଶୃତି I ଭଉଣୀ ର ସୁରକ୍ଷା ପାଇଁ ଭାଇ କିଛି ବି କରିପାରେ I ତେବେ ଜଣେ ଭଉଣୀ ର ଧର୍ଷଣ ପରେ ଭାଇ ରକ୍ତମୁଖା ହେଇ ଏପରି ପ୍ରତିଶୋଧ ନେଇପାରେ ତାହା ବିଶ୍ୱାସ ବାହାରେ I ଘଟଣାଟି ଉତ୍ତରପ୍ରଦେଶର ଅନୋଗି ଜିଲ୍ଲାର I ମିଳିଥିବା ସୂଚନା ଅନୁଯାଇ ୨୦୧୬ ମଇ ୧୭ ତାରିଖ ଦିନ ଠଠିଆ ଥାନାଅଞ୍ଚଳରେ ଏକ ନାବାଳିକା କୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା

ଏବଂ ଏଥିରେ ଦୋଷୀ ସାବ୍ୟସ୍ତ ହେଇ ଗିରଫ ହେଇଥିଲା I ତେବେ ଏହି ଘଟଣାରେ ନାବାଳିକାର ଭାଇ ମାନସିକ ଭାରସାମ୍ୟ ହରାଇବସିଥିଲା I ଏବଂ ପ୍ରତିଶୋଧ ନେବା ପାଇଁ ସୁଯୋଗ କୁ ଅପେକ୍ଷା କରିଥିଲା I ବିଲେଇ କପାଳ କୁ ଶିକା ଛିଡି଼ଲା ପରି ଅଭିଯୁକ୍ତ ର ନାବାଳିକା ଭଉଣୀ ମାମୁ ଘରୁ ନିଜ ଗାଁ କୁ ଆସିଥିଲା I ଅଭିଯୁକ୍ତ ର ମା ଏବଂ ନାବାଳିକା ଭଉଣୀ ଥାନାକୁ ଆସାମୀ କୁ ଦେଖା କରିବାକୁ ଯାଉଥିବା ବେଳେ ଧର୍ଷଣ ହେଇଥିବା ନାବାଳିକା ର ଭାଇ ,ଅଭିଯୁକ୍ତ ର ମା ଭଉଣୀ ଙ୍କୁ ଗାଡ଼ିରେ ଉଠାଇ ନେଇଥିଲା ଏବଂ ଗାଡି ଭିତରେ ଅଭିଯୁକ୍ତ ର ମା କୁ ବାନ୍ଧି ତା ସାମ୍ନାରେ ଝିଅ କୁ ଧର୍ଷଣ କରିଥିଲା ଏବଂ ମା କୁ ଚେତାବନୀ ଦେଇ କହିଥିଲା କି ଏବେ ତୁ ବୁଝିପାରୁଥିବୁ ଏବଂ ତୋ ପୁଅକୁ ବୁଝିଦେବୁ ଧର୍ଷଣ ହେଲେ କେତେ କଷ୍ଟ ହୁଏ I ଏନେଇ ଧର୍ଷିତା ର ମା ଥାନାରେ ଅଭିଯୋଗ କରିବା ପରେ ପ୍ରତିଶୋଧ ନେଇଥିବା ଆସାମୀ ଫେରାର ହେଇଯାଇଛି I

Leave a Reply

Your email address will not be published. Required fields are marked *