ଅଲଗା ଜାତି ର ବୋଲି ଜ୍ବାଇଁ କୁ ମାରିଦେଲା ବାପା:ଝିଅ ଅଛି ଗର୍ଭବତୀ

ହାଇଦରାବାଦ: ଘଟଣା ଟି ଦେଖିବାକୁ ମିଳିଛି ହାଇଦରାବାଦ ରେ। ନିର୍ଦ୍ଦୟ ବାପା ହତ୍ୟା କରିଛି ନିଜ ଜ୍ବାଇଁ ଙ୍କୁ ଏବଂ ସି ସି ଟିଭି ରେ କଏଦ ହେଇଚି ପୁରା ଦୃଶ୍ୟ।

ପୁଅ ଙ୍କ ନାମ ପ୍ରଣୟ କୁମାର ବୟସ ୨୩ ବର୍ଷ। ଝିଅ ଅମୃତା ଦର୍ଶିନି ବୟସ ୨୧ ବର୍ଷ। ପ୍ରେମ କରି ବିବାହ କରିଥିଲେ ୮ ମାସ ତଳେ।

ଛୋଟ ବେଳୁ ସ୍କୁଲ୍ ରେ ପଢୁଥିବା ବେଳୁ ହୋଇଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ। ଉଭୟ ଙ୍କ ଘରେ କରୁଥିଲେ ବିଦୋଧ।କିନ୍ତୁ ପୁଅ ଝିଅ ବିନା ବଞ୍ଚିପରିବନି କହିଲା ପରେ ରାଜି ହୋଇଯାଇଥିଲେ ପୁଅ ଘରେ।

ତେଣୁ ବାହାଘର ହୋଇଯାଇଥିଲା କିନ୍ତୁ ଝିଅ ଘରେ ଥିଲେ ଅମଙ୍ଗ। ତେବେ ଏହା ଭିତରେ ଝିଅ ଗର୍ଭବତୀ ଥିଲେ ଓ କାଲି ହସ୍ପିଟାଲ୍ ରୁ ସ୍ବାମୀ ଙ୍କ ସହ ଫେରିବା ବେଳେ ହଠାତ୍ ସ୍ବାମୀ ଙ୍କ।ଉପରେ ହୋଇଥିଲା ଭୁଜାଲି ରେ ଆକ୍ରମଣ। ତେବେ ଘରଣ ସ୍ଥଳ ରେ ଅମ୍ରିତା ମୂର୍ଚ୍ଛା ଚାଲି ଯାଇଥିଲେ ଏହି ମୂର୍ଚ୍ଛା ଆସିଲାକୁ ଜାଣିବାକୁ ପାଇଲେ କି ସ୍ବାମୀ ଆଉ ନାହାନ୍ତି।

ତେବେ ସେ ପୋଲିସ୍ ଙ୍କ ପାଖରେ କହିଛନ୍ତି ଯେ ତାଙ୍କର ବାପା ଆଉ ଦାଦା ଏହି କାମ କରିଛନ୍ତି। ସେମାନେ ମୂଳରୁ ହିଁ ତାଙ୍କ ବିବାହ କୁ ବିରୋଧ କରୁଥିଲେ। ଏବଂ ଏହା ମଧ୍ୟରେ ବି ଅନେକ ଥର ପିଲା କୁ ନଷ୍ଟ କରିଦେବାକୁ କହିଛନ୍ତି।

ତେବେ ପୋଲିସ୍ ଏକ ମାମଲା ରୁଜୁ କରି ବାପା ଓ ଦାଦା ଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *