ଦିନରେ ବାପା ,ରାତିରେ ପୁଅ ମିଶି ନାବାଳିକା ଚାକରାଣୀ କୁ ବାରମ୍ବାର କରୁଥିଲେ ଧର୍ଷଣ

ଗରିବ ପରିବାର ର ଝିଅଟେ ,ମା ଆରପାରିକୁ ଚାଲିଗଲା ପରେ କେବଳ ଛୋଟ ଭାଇ ଆଉ ମଦୁଆ ବାପାକୁ ନେଇ ତା ଜୀବନ ଯେପରି ଅସହାୟ ହେଇପଡିଥିଲା I ଏତେ ବଡ ଜୀବନରେ କିପରି ବଂଚିବ ଭାରି କଷ୍ଟ ଲାଗୁଥିଲା I ନିଜ ପେଟ ତଥା ସାନ ଭାଇ ର ଭବିଷ୍ୟତ ପାଇଁ ଅଣ୍ଟା ଭିଡି ଆଗକୁ ପାଦ ରଖିଥିଲା ଝିଅଟି I ବୟସ 15 ତଥାପି ,ନିଜ ଗୋଡ଼ରେ ଛିଡା ହେବାକୁ ଚାଁହୁଥିଲା ,କେହି ଜଣେ ଲୋକ କାମ ଦେବାକୁ କହିଥିଲେ I ତାଙ୍କ କଥାରେ ବିଶ୍ୱାସ କରି ନିଜ ଘର ଝାରସୁଗୁଡା ସରବାହାଲ ରୁ ପାଦ କାଢିଥିଲେ ଏହି କୁନି ଝିଅଟି ଏବଂ ପହଂଚିଥିଲେ ତାଳଚେର ରେ I କାମ ମିଳିଗଲା ଜଣେ ବାବୁଙ୍କ ଘରେ I ଭୋକ ବିକଳରେ ପୋଡିଯାଉଥିବା ପେଟରେ ଦାନା ପଡିଲା କିନ୍ତୁ ତା ବଦଳରେ ଦେବାକୁ ପଡିଲା ବହୁମୂଲ୍ୟ I

କୁନି ନାବାଳିକା ସହିତ ସେହି ଘର ର ବାବୁ ରାତିରେ କରୁଥିଲେ ଧର୍ଷଣ ଏବଂ ଘରେ କେହି ନଥିବା ବେଳେ ବାବୁଙ୍କ ପୁଅ ଦିନରେ କରୁଥିଲା ଧର୍ଷଣ I ଇଛା ନଥାଇ ବି କାହାକୁ କହିପାରୁନଥିଲା ଝିଅଟି I ପେଟର ଭୋକ ପାଇଁ ବାଧ୍ୟ ହେଇ ଚୁପ ରହୁଥିଲା I ଶେଷରେ ଅତି ହେଇଗଲା ପରେ ବାଧ୍ୟ ହେଇ ଏଥିରୁ ମୁକ୍ତି ପାଇଁ ଖୋଜୁଥିଲା ବାଟ I

ଦଇବ ଯୋଗ କୁ ଘରେ କେହି ନଥିବା ବେଳେ ସକାଳୁ ଉଠି ବାହାରକୁ ପଳାଇଆସିଥିଲା ଝିଅଟି I ଏବଂ ଜଣେ ପଡୋଶୀ ସବୁ କଥା ଜାଣିବା ପରେ ଝିଅକୁ ନିଜ ଗାଁ କୁ ପଠାଇଦେଇଥିଲେ I ଗାଁ ରେ ପହଁଚି ଥାନାରେ ଏ ବିଷୟରେ ଜଣାଇବା ପରେ ଘଟଣାର ତଦନ୍ତ ଜାରି ରହିଛି I ଅଭିଯୁକ୍ତ ଧରାପଡ଼ିନି I

Leave a Reply

Your email address will not be published. Required fields are marked *