ସ୍ତ୍ରୀ ସହିତ ଶାଶୁ ଶଶୁର କୁ ଜିଅନ୍ତା ଜାଳିଦେଲା ଅସୁର ଜ୍ୱାଇଁ I ନିଜେ ମଧ୍ୟ ସେହି ନିଆଁ ରେ ପୋଡି ମଲା I

ପାରିବାରିକ କଳହ ରୁ ଏକ ପରିବାର ସମ୍ପୂର୍ଣ୍ଣ ଭାବରେ ଶେଷ ହେଇଯାଇଛି I ଏପରି ମର୍ମନ୍ତୁଦ ଘଟଣା ଘଟିଛି ଜଗତ୍‌ସିଂହପୁର ଜିଲା ର ପନାଡିଆ ଗ୍ରାମରେ Iପ୍ରାପ୍ତ ସୂଚନା ଅନୁଯାଇ ନବଘନ ସାହୁଙ୍କ ଘର ଏହି ଗ୍ରାମରେ କିଛିଦିନ ତଳେ ସେ ନିଜ ଝିଅ ରୁବିନା ସାହୁ(୨୨)ଙ୍କୁ ହରେକୃଷ୍ଣ ମଲିକ(୪୨) ଙ୍କ ସହିତ ବିବାହ ଦେଇଥିଲେ I କିନ୍ତୁ ହରେକୃଷ୍ଣ ଜାତିରେ ଦଳିତ ଏବଂ ବୟସ ରେ ବଡ ହେତୁ ରୁବିନା ଏବଂ ସ୍ୱାମୀ ମଧ୍ୟରେ ବାରମ୍ବାର ଝଗଡା ଲାଗୁଥିଲା I

ଶେଷରେ ସବୁଦିନ ପାଇଁ ରୁବିନା ଶାଶୁଘର ଛାଡି ନିଜ ବାପ ଘରକୁ ପଳାଇ ଆସିଥିଲା ଏବଂ ହରେକୃଷ୍ଣ ଙ୍କ ସହିତ ଯିବାକୁ ଅମଙ୍ଗ ହେଉଥିଲା I ଗତକାଲି ହରେକୃଷ୍ଣ ନିଜ ସ୍ତ୍ରୀ କୁ ନେବାକୁ ଆସିଥିବା ବେଳେ ରୁବିନା ରାଜି ନହେବାରୁ ,ସମ୍ପୂର୍ଣ୍ଣ ପରିବାରକୁ ନିଆଁ ଲଗାଇ ମାରିଦେବାକୁ ଜ୍ୱାଇଁ ଯୋଜନା କରି ଘରେ ସମସ୍ତେ ଥିବା ବେଳେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା I ନିଆଁ ରେ ଜଳିପୋଡ଼ି ସମସ୍ତେ ଘଟଣା ସ୍ଥଳରେ ମରିଯାଇଥିଲେ

କିନ୍ତୁ ଶଶୁର ଛଟପଟ ହେଇଥିଲେ ଏହି ସମୟରେ ଜ୍ୱାଇଁ ଖସିକି ପଳାଉଥିବା ସମୟରେ ଶଶୁର ତାକୁ ଭିଡିକି ଧରିଥିଲେ I ଶଶୁର କବଳରୁ ଜ୍ୱାଇଁ ଖସିପାରିନଥିଲେ I

ନିଜେ ମଧ୍ୟ ସେହି ନିଆଁ ରେ ଜଳିପୋଡ଼ି ମୃତ୍ୟୁବରଣ କରିଥିଲେ I ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *