ଧରା ହେଲା ନକରି ରକ୍ତ କାରବାର: ରକ୍ତ ନାଁ ରେ ବିକୁଥିଲେ କେମିକାଲ ପାଣି

ଅଣ୍ଡା ଚାଉଳ ଇତ୍ୟାଦି ର ଅପମିଶ୍ରଣ ଏବଂ କେମିକାଲ କଥା ତ ଶୁଣିଥିଲେ ଆଜି ଯାଏଁ। ହେଲେ ଏବେ ତ ଟଙ୍କା ପାଇଁ ଲୋକମାନେ ମାନବିକତା କୁ ହିଁ ଭୁଲି ବସିଲେଣି।

ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ପୁଲିସ୍ ଏହି କଳା କାରବାର ର ପରଦା ଫାସ୍ କରି ଧରିଛି ୭ ଜଣ ଅପରାଧୀଙ୍କୁ।

ଲକ୍ଷ୍ନୌ ର ଏସ ଟି ଏଫ୍ ଟିମ୍ ଏକ ହସ୍ପିଟାଲ୍ ରେ ଚଢ଼ାଉ କରି ୮ ୟୁନିଟ ନକଲି ରକ୍ତ ଜବତ କରିଛି।ଏସ ଟି ଏଫ୍ କୁ କୌଣସି ଗୋପନ ସୂତ୍ର ରୁ ଏହି ଖବର ମିଳିଥିଲା ଏବଂ ସ୍ଥାନୀୟ ପୁଲିସ୍ କୁ ମଧ୍ୟ ଖବର ଦେଇନଥିଲେ ଏସ ଟି ଏଫ୍। ଅତ୍ୟନ୍ତ ଗୋପନୀୟ ଭାବରେ କରାଯାଇଥିଲା ଏହି ଚଢାଉ।

ଏସ ଟି ଏଫ୍ ମିଡିଆ କୁ ଦେଇଥିବା ମୁତାବକ ସେମାନେ ଖବର ପାଇଲା ପରେ ପାଖା ପାଖି ୧୫ ଦିନ ଧରି ସେହି ବ୍ଲଡ଼ ବ୍ୟାଙ୍କ କୁ ଅନୁଧ୍ୟାନ କରିଥିଲେ ଏବଂ ତା ପରେ ଚଢ଼ାଉ କରିଥିଲେ।

ଏହି ବ୍ଲଡ଼ ବ୍ୟାଙ୍କ୍ ରେ କେମିକାଲ ଓ ପାଣି ରେ ଅଳ୍ପ କିଛି ରକ୍ତ ମିଶାଉଥିଲେ ଏବଂ ପ୍ରସ୍ତୁତ କରୁଥିଲେ ରକ୍ତ ପରି ଦେଖା ଯାଉଥିବା ସାମଗ୍ରୀ ଏବଂ ଏହାକୁ ଗୋଟେ ୟୁନିଟ ପିଛା ୩୫୦୦ ଟଙ୍କା ରେ ବିକୁଥିଲେ।
ଏହି ବ୍ଲଡ଼ ବ୍ୟାଙ୍କ୍ ରେ ମଧ୍ୟ କୌଣସି ଡିଗ୍ରୀ ଧାରି ବ୍ୟକ୍ତି କିମ୍ବା ଡାକ୍ତର ନଥିବା ର ସୂଚନା ମିଳିଛି।

ତେବେ ଆପଣ ମାନଙ୍କୁ ଅନୁରୋଧ ଯେ କୌଣସି ବ୍ଲଡ଼ ବ୍ୟାଙ୍କ୍ କୁ ଗଲେ ପ୍ରଥମେ ଏହାର ସ୍ୱଚ୍ଛତା ନିଶ୍ଚିତ ଭାବରେ ପରଖି ନିଅନ୍ତୁ। ସେୟାର କରି ଅନ୍ୟ ମନକୁ ମଧ୍ୟ ସଚତାନ କରନ୍ତୁ।

Leave a Reply

Your email address will not be published. Required fields are marked *