ବାଘୁଣୀ ସୁନ୍ଦରୀ ର ଅସଫଳ ପ୍ରେମ କାହାଣୀ ,ପ୍ରେମିକ କାହ୍ନା ସାଙ୍ଗରେ ସଉତୁଣୀ କୁ ଦେଖି ହିଂସ୍ର ସାଜିଛି ସୁନ୍ଦରୀ

ସାତକୋଶିଆ ଜଙ୍ଗଲ ରେ ବାଘ ବଂଶ ବୃଦ୍ଧି ନିମନ୍ତେ ବାଘୁଣୀ ସୁନ୍ଦରୀ ଙ୍କୁ ଛଡା ଯାଇଥିଲା ତେବେ ଅଭୟାରଣ ମଧ୍ୟରେ ହିଂସ୍ର ପାଲଟିଯାଇଥିଲା ବାଘୁଣୀ ସୁନ୍ଦରୀ I ପ୍ରଥମେ ଜଣେ ବୃଦ୍ଧା ଏବଂ ପରେ ଜଣେ ବ୍ୟକ୍ତି ଙ୍କ ସମେତ ବଳଦ ,ମଇଁଷି କୁ ନିଜ ଶିକାର କରିସାରିଲାଣି ସୁନ୍ଦରୀ I ସୁନ୍ଦରୀ କୁ ନେଇ ସାତକୋଶିଆ ନିକଟସ୍ତ ଗ୍ରାମ ଗୁଡିକରେ ଲୋକମାନେ ଉତ୍ୟକ୍ତ ହେଇ ଭଙ୍ଗାରୁଜା କରିବା ସହିତ ରାସ୍ତା ଅବରୋଧ କରି ନିଆଁ ଲଗାଇଥିଲେ I ତେବେ ବନ ବିଭାଗ କର୍ତ୍ତୃପକ୍ଷ ଙ୍କ ସୂଚନା ଅନୁଯାଇ ସୁନ୍ଦରୀ ଏବେ କାହ୍ନା ପ୍ରେମରେ ପଡିଯାଇଛି I

କାହ୍ନା ମଧ୍ୟ ସୁନ୍ଦରୀ ଆଡେ ଆକର୍ଷିତ ହେବାରେ ଲାଗିଛି I ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିବାରେ ଲାଗିଲାଣି I ସୂଚନା ଥାଉ କି ଜୁନ 21 ତାରିଖ ରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ରୁ ଏକ ବାଘ ଆସିଥିଲା ,ଯାହାର ନାମ ରଖାଯାଇଥିଲା କାହ୍ନା I ଏହାପରେ ମଧ୍ୟପ୍ରଦେଶ ର ବାନ୍ଧଵଃଗଡ ରୁ ଆସିଥିଲା ସୁନ୍ଦରୀ I ଦୁଇଜଣଙ୍କୁ ଏକାଠି ଗୋଟିଏ ଖୁଆଡ଼ ରେ ପାଖାପାଖି ରଖାଯାଇଥିଲା I

ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା I ପରେ ଜୁଲାଇ 5ରେ କାହ୍ନା କୁ ସାତକୋଶିଆ ରେ ଛଡା ଯାଇଥିଲା ,ସାଥି ପାଇଁ ଆକୁଳ ହେଉଥିବା କାହ୍ନା ସାତକୋଶିଆ ରେ ଥିବା ଜଙ୍ଗଲୀ ସାଥି ର ପ୍ରେମରେ ପଡିଯାଇଥିଲା Iବାନ୍ଧଵଃଗଡ ର ସୁନ୍ଦରୀ ସାଥି କୁ ଭୁଲି ସାତକୋଶିଆ ସାଥି ସହିତ ମିଳନ କରିଥିଲା କାହ୍ନା ,ଫଳରେ କାହ୍ନା ର ପ୍ରେମିକା ଏବେ ଗର୍ଭବତୀ I ଏପଟେ କିନ୍ତୁ ପ୍ରେମିକ କୁ ଛାଡି ବିରହ ଯନ୍ତ୍ରଣା ରେ ଛଟପଟ ହେଉଥିଲା ସୁନ୍ଦରୀ I

କାହ୍ନା ର ପ୍ରେମ କାହାଣୀ ପାଇଁ ସୁନ୍ଦରୀ ର ମୁକ୍ତି ରେ ବିଳମ୍ବ ହେଇଥିଲା ,ପରେ ଯେତେବେଳେ ସୁନ୍ଦରୀ କୁ ଛଡ଼ାଗଲା ସାତକୋଶିଆ ରେ ସେତେବେଳେ ସାଥି କାହ୍ନା ଆଡକୁ ଆକର୍ଷିତ ହେଇଥିଲା ସୁନ୍ଦରୀ ଏପରିକି କାହ୍ନା ମଧ୍ୟ ,

କିନ୍ତୁ କାହ୍ନା ସହିତ ଥିଲା ଅନ୍ୟ ଏକ ବାଘୁଣୀ ଯିଏ କି ସୁନ୍ଦରୀ ପ୍ରେମ ରେ ଭିଲିଆନ ସାଜି ଏବେ କାହ୍ନା ସୁନ୍ଦରୀ ଙ୍କ ପ୍ରେମ କାହାଣୀ ରେ ବାଧକ ସାଜିଛି I

ସୁନ୍ଦରୀ କୁ କାହ୍ନା ସହିତ ମିଶିବାକୁ ଦେଉନି ଯେଉଁଥିପାଇଁ ବାଧ୍ୟ ହେଇ ହିଂସ୍ର ସାଜିଛି ସୁନ୍ଦରୀ ,ଘୁରି ବୁଲୁଚି ଜଙ୍ଗଲ ରେ ,ଗାଁ ରେ ପଶି ଶିକାର କରୁଛି ସୁନ୍ଦରୀ I ଏବେ ସମସ୍ତଙ୍କର ମୁଣ୍ଡବ୍ୟଥା ସାଜିଛି ସୁନ୍ଦରୀ I

Leave a Reply

Your email address will not be published. Required fields are marked *