ଖୋଲିଲା ଜାତ୍ରା ଟାଇଗର ଦୈତାରୀ ଙ୍କ ପରକ୍ରିୟା ଗୁମର, ନ୍ୟାୟ ମାଗୁଛନ୍ତି ଦ୍ୱିତୀୟ ସ୍ତ୍ରୀ

ଯାତ୍ରା ଜଗତର ସେ ବାଦଶାହା ,ଦୈତାରୀ ବାସ ଏତିକି ହିଁ ତାଙ୍କ ବିଷୟରେ କହିବା ଯଥେଷ୍ଟ Iକେତେବେଳେ ଦରଦୀ ଅଭିନୟ ରେ କନ୍ଦାଉ ଥିଲେ ତ ଆଉ କେତେବେଳେ କମେଡି ରେ ହସାଉଥିଲେ କିନ୍ତୁ ଯେଉଁ ସ୍ୱତନ୍ତ୍ର ପରିଚୟ ପାଇଥିଲେ ସେଇଟା ଥିଲା ଖଳ ଅଭିନୟ I

ନିଜେ ତିଆରି କରିଥିଲେ ନିଜର ପରିଚୟ ପିଲାଠୁ ବୁଢା ଯାତ୍ରା ମଞ୍ଚ ରେ ତାଙ୍କ ଅଭିନୟ ରେ ଥରହର ହେଉଥିଲେ I ଦୁର୍ଦାନ୍ତ ଅଭିନୟ ରେ ଲୋକଙ୍କୁ ଡରାଉ ଥିବା ଯାତ୍ରା ଟାଇଗରଙ୍କ କିନ୍ତୁ ସତ ଜୀବନର ଅସଲି ଭିଲିଆନ ଏବେ ପଦାକୁ ଆସିଛି I

ଦୈତାରୀ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ବୋଲାଉଥିବା ଲତା ମଣ୍ଡଳ I ଦୈତାରୀ ଙ୍କ ସ୍ତ୍ରୀ ପୁଅ ବୋହୁ ଅଛନ୍ତି କିନ୍ତୁ ପୁଣିଥରେ ଦ୍ୱିତୀୟ ବିବାହ କରିଥିଲେ ଦୈତାରୀ ଲତାଙ୍କୁ I ଲତାଙ୍କୁ ଆପଣ ବେଶ ଭଲଭାବରେ ଜାଣିଥିବେ I

ତାରିଣୀ ଗଣନାଟ୍ୟର ସବୁଠାରୁ ଚର୍ଚିତ ନାଟକ- ‘ଜୀଅନ୍ତା ଶବ’ରେ ଲୋକଙ୍କୁ ପାଗଳ କରିଥିବା ନାୟିକା ହେଉଛନ୍ତି ଲତା I ଲତା ଏବଂ ଦୈତାରୀ ଙ୍କ ମଧ୍ୟ ଏହିଠାରୁ ପ୍ରେମ ଆରମ୍ବ ହେଇ ବିବାହ ହେଇଥିଲା I ଦୁହିଁଙ୍କ ଔରସରୁ ଦୁଇଟି ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ ବଡ ପୁଅର ମୃତ୍ୟୁ ହେଇଥିବା ବେଳେ ସାନ ପୁଅ ସୋମନାଥ ଏବେ ମା ଲତା ପାଖରେ I ବୟସ ୨୩ ବର୍ଷ । ୟା ଭିତରେ କିନ୍ତୁ ଦୁରେଇ ଯାଇଛନ୍ତି ଦୈତାରୀ ନିଜ ପୁଅ ଏବଂ ସ୍ତ୍ରୀ ଲତା ଙ୍କ ଠାରୁ I 23 ଅପେକ୍ଷା ପରେ ଏବେ ମୁଂହ ଖୋଲିଛନ୍ତି ଦ୍ୱିତୀୟ ସ୍ତ୍ରୀ ବୋଲାଉଥିବା ଲତା I

କେବଳ ଏତିକି ନୁହେଁ ପୁଅ ସୋମନାଥ ର ସ୍କୁଲ ସାରର୍ଟିପିକେଟ ଓ ଆଧାର କାର୍ଡ, ଭୋଟର କାର୍ଡ ସବୁଥିରେ ବାପାଙ୍କ ନାଁ ରହିଛି ଦୈତାରୀ ପଣ୍ଡା । କିନ୍ତୁ କେଭେଁବି ବି ନିଜ ପୁଅକୁ କୋଳେଇ ନେଇନାହାନ୍ତି ଦୈତାରୀ I ବହୁତ ବର୍ଷ ପୂର୍ବରୁ ଏହି ସଫଳ ନାୟିକା ଲତା ଯାତ୍ରା ରୁ ଦୁରେଇ ଯାଇଛନ୍ତି ନିଜ ସ୍ୱାମୀ ଦୈତାରୀ ଙ୍କ ମଙ୍ଗଳ ପାଇଁ ତା ସତ୍ୱେ ବି ଆଡ ଆଖିରେ ପଚାରୁନାହାନ୍ତି ଦୈତାରୀ I

ଏବେ ନ୍ୟାୟ ମାଗୁଛନ୍ତି ଲତା I କିଏ ଫେରେଇବ ତାଙ୍କୁ ତାଙ୍କ ସ୍ୱାମୀଙ୍କୁ ?ତାଙ୍କ ପୁଅର ବାପାକୁ ?ବିଗତ ସେହି ସ୍ମୃତି କୁ ?କିଛି ଲୋଡ଼ା ନାହିଁ କେବଳ ଟିକେ ପରିଚୟ ଦରକାର I

Leave a Reply

Your email address will not be published. Required fields are marked *