ଭୁବନେଶ୍ୱର ରେ ଯୌତୁକ ପାଇଁ ବୋହୂକୁ ଜିଅନ୍ତା ଜାଳିଦେଲେ ଶଶୁରଘର ,6ମାସର ଝିଅ ମା କୁ ଖୋଜୁଛି

ଯୌତୁକ ଲୋଭି ରାକ୍ଷସ ଶାଶୁଘର 5ଲକ୍ଷ ଟଙ୍କା ପାଇଁ ବୋହୂକୁ ଜିଅନ୍ତା ପୋଡି ମାରିଦେଇଛନ୍ତି I ଘଟଣାଟି ଖୋଦ ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ I ପ୍ରାପ୍ତ ସୂଚନା ଅନୁଯାଇ ଭୁବନେଶ୍ୱର ଗଣ୍ଡରପୁରର ଏହି ଘଟଣାଟି I ରଶ୍ମିରେଖା ପଢ଼ିଆରୀ ଙ୍କୁ ତାଙ୍କ ଶାଶୁଘର ଲୋକ ଜିଅନ୍ତା ପୋଡି ମାରିଦେଇଛନ୍ତି I

। ପ୍ରାପ୍ତ ସୂଚନା ଅନୁଯାଇ ରଶ୍ମିଙ୍କର 2 ବର୍ଷ ତଳେ ଭୁବନେଶ୍ୱର ନିବାଶି ଆଶିଷ ପଢିଆରୀ ଙ୍କ ସହିତ ବିବାହ ହେଇଥିଲା Iବିବାହ ସମୟରେ କନ୍ୟା ଘର ପକ୍ଷରୁ ଯଥା ସମ୍ଭବ ଯାନୀ ଯୌତୁକ ଦିଆଯାଇଥିଲା I

ବିବାହ ର ଏକ ବର୍ଷ ଭଲରେ କଟିଯାଇଥିଲା ତେବେ ଏକ ବର୍ଷ ପରେ ଯୌତୁକ ଲୋଭି ସ୍ୱାମୀ ,ଶାଶୁ ,ଶଶୁର ରଶ୍ମି କୁ 5ଲକ୍ଷ ଆଣିବାକୁ ବାଧ୍ୟ କରିଥିଲେ I ଏନେଇ ରଶ୍ମି ଭାଇଙ୍କୁ ଜଣାଇଥିଲେ ତେବେ Saturday ରେ Whatsapp ରେ ଭାଇଙ୍କୁ ଜଣାଇଥିଲେ ରଶ୍ମି I

ଶାଶୁଘର ଲୋକ ତାଙ୍କୁ ହଇରାଣ କରୁଥିବା ମଧ୍ୟ କହିଲେ I ଭାଇ ସକାଳୁ ଯାଇ ନେଇଆସିବାକୁ କହିଥିଲେ କିନ୍ତୁ ରଶ୍ମି ମନା କରିଥିଲା ,ଭଲରେ ଅଛି ବୋଲି କହିଥିଲା I କିନ୍ତୁ ସେହି କାଳରାତ୍ରି ରେ ବୋହୂକୁ ଶାଶୁଘର ଲୋକେ କିରୋସିନି ଢାଳି ଜିଅନ୍ତା ପୋଡିଦେଲେ I ରଶ୍ମି ଙ୍କର ଏକ କୁନି 6ମାସର ଝିଅ ମଧ୍ୟ ଅଛି I

ଏନେଇ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି ଥାନାରେ ସେପଟେ 6 ମାସର ଶିଶୁକନ୍ୟା ବାହୁନି ବାହୁନି ମା କୁ ଖୋଜୁଛି I ନଖାଇ ନପିଇ ମା କୁ ଅପେକ୍ଷା କରିଛି I

Leave a Reply

Your email address will not be published. Required fields are marked *